କୁରୁମିଙ୍ଗିଆରେ ଆମ ପୁଲିସ ସମିତି ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପୁଲିସ ଥାନା ଅଧିକାରୀ ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର କୁରୁମିଙ୍ଗିଆ ଗ୍ରାମରେ “ଆମ ପୁଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଯାଇଛି । ଜି.ଉଦୟଗିରି ମୋଟର ଚାଳକ ସଂଘ ସଭାପତି କମଳ କୁମାର ସାହୁଙ୍କ ତତ୍ତ୍ବାବଧାନରେ ମୋଟର ଚାଳକ ସଂଘ ଓ କୁରୁମିଙ୍ଗିଆ ଗ୍ରାମ୍ୟ କମିଟି ଏହି ବୈଠକକୁ ଆୟୋଜନ କରିଥିବା ବେଳେ ପ୍ରାୟ ୧୦୦ ଜଣ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ କଳିଙ୍ଗା ସରପଞ୍ଚ ରେବିକା ପ୍ରଧାନ ମଞ୍ଚାସୀନ ଥିଲେ। ସଡକ ସୁରକ୍ଷା ନିୟମ ମାନିବା,ମହୁଲି ମଦ ବିକ୍ରୀକୁ ପ୍ରଶୟ ନ ଦେବା, ବିଶୃଙ୍ଖଳାକାରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସ୍ଥାନୀୟ ପୁଲିସକୁ  ସହଯୋଗ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଥାନା ଅଧିକାରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ। ସଡକ ସୁରକ୍ଷା ନିୟମ ଓ ସାଇବର ଅପରାଧ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଦିଆନ୍ ନାୟକ ବୁଝାଇ କହିଥିବା ବେଳେ କାହାକୁ ମଧ୍ୟ ସାଇବର ଅପରାଧ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ, ଯଦି ସେପରି କୌଣସି ମିଥ୍ୟା କଲ ଆସିବାର ଅନୁଭବ କରନ୍ତି ତେବେ ତୁରନ୍ତ ପୋଲିସର ସହାୟତା ନିଅନ୍ତୁ ବୋଲି ମଧ୍ୟ କହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ