କୁଶପଡ଼ା ଗ୍ରାମରେ ଭାଗବତ ମେଳା

ଦିଗପହଣ୍ଡି- ଗଂଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ୍‌ ଅର୍ନ୍ତଗତ କୁଶପଡ଼ା ଗ୍ରାମରେ ଆଜି ସୁପ୍ରଭାତରୁ ଆରମ୍ଭ ହୋଇଛି ଏକ ଦିବସୀୟ ଭାଗବତ ମେଳା । ଭାଗବତ ମେଳା ଗୃହଠାରେ ବୈଷ୍ଣବ ଧର୍ମ ରୀତିନୀତି ଅନୁସାରେ ଭଗବତ ପ୍ରେମୀ ଶ୍ରଦ୍ଧାଳୁ ମାନଙ୍କ ପରିବାର ସହିତ ଆୟୋଜିତ ମେଳାରେ ଉତ୍ସାହର ସହିତ ଯୋଗଦେଇ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜିଯାଇଥିବା ଦେଖିବାକୁ ମିଳିଥିଲା। ମେଳା ଆରମ୍ଭରେ ଶ୍ରଦ୍ଧାଳୁ ମାନଙ୍କ ପକ୍ଷରୁ ମହିଳାଭକ୍ତମାନେ ମୁଣ୍ଡରେ ଜଳକଳଶ ଧାରଣ କରି ହରିନାମ ସଂକିର୍ତନର ତାଳେ ତାଳେ ପୁରୁଷ ଭକ୍ତ ମାନଙ୍କ ସହିତ ସମଗ୍ର ଗାଁ ପରିକ୍ରମା କରିଥିଲେ । ମେଳା ହେତୁ ସମଗ୍ର ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ମେଳା କମିଟି ପକ୍ଷରୁ ଗୁଡ଼ା ଯୁରିଆ ଦୋରା, ସଡ଼ପ ଗାନ୍ଧି, ଗେଦଲୁ ଧନୁ, ଗୁଡ଼ା ଭଗବାନ, ଏବର୍ତା ବିଜୟ, ସୁରେନ୍ଦ୍ର ବିଶୋୟୀ ପ୍ରମୁଖ ପରିଚାଳନା କରୁଥିବା ବେଳେ ଏହି ମେଳା ଆସନ୍ତା କାଲି ସୁପ୍ରଭାତରେ ଉଦ୍ୟାପନ ହେବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ