କୂଅକୁ ଡେଇଁଲେ ବିବାହିତ ମହିଳା

ବେଲଗୁଣ୍ଠା- ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଘୁ.ନୂଆ ଗାଁ ଗ୍ରାମରେ ଜଣେ ବିବାହିତ ମହିଳା ମଙ୍ଗଳବାର ଭୋର ଚାରିଟା ସମୟରେ ବାପ ଘର ସାମ୍ନାନାରେ ଥିବା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାଥାଉକି,ସେହି ଗ୍ରାମର ରୋଜାଲିନ୍ ଖଣ୍ଡୁଆଳ ଙ୍କୁ ପ୍ରଦିପ ଖଣ୍ଡୁଆଳଙ୍କୁ  ପ୍ରାୟ ଏକ ବର୍ଷ ପୂର୍ବେ ବିବାହ କରିଥିଲେ । ଗର୍ଭବତୀ ଥିବାରୁ ଚାରିମାସେ ପୂର୍ବେ ଶାଶୁ ଘରୁ ଆସି ବାପ ଘରେ ରହିଥିଲେ । ଗତ କାଲି ରାତିରେ ମା, ଝିଅ ଖାଇସାରିବା ପରେ ଘରେ ଶୋଇଥିଲେ । ସକାଳୁ ଘରେ ନଥିବା ଜାଣିପାରି ପରିବାର ଲୋକେ ରୋଜିଲିନ୍ ଖୋଜାଖୋଜି କରିଥିଲେ ।ସକାଳ ଆଠଟା ସମୟରେ ଦେଖିବାକୁ ପାଇଥିଲେ ଯେ,ରୋଜାଲିନ୍ ଙ୍କ ଶବ କୂଅରେ ଭାସୁଛି । ଏହାପରେ ବେଲଗୁଣ୍ଠା ଫାଣ୍ଡି ଖବର ଦେଇଥିଲେ । ଫଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି କୂଅରୁ ରୋଜାଲିନ୍ ଙ୍କ ଶବ ଜବତ କରି ୪୯-୧୯ ଏକ ଅପମୃତ ମାମଲା ରୁଜୁ କରି ଭଂଜନଗର ମେଡିକାଲ୍‌କୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଛେଦ ହେଲାପରେ ପରିବାର ଲୋକମାନଙ୍କୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ । ପ୍ରକାଶ ଥାଉକି, ରୋଜାଲିନ୍ ଙ୍କ ସ୍ୱାମୀ ପ୍ରଦିପ ଆର୍ମିରେ ଚାକିରି କରିଥିବାବେଳେ ଗତ ଏକ ମାସ ହେବ ଗ୍ରାମକୁ ଆସିଛନ୍ତି । ଏହା ସହ ତାଙ୍କର ମାନସିକ ବିକୃତ ଥିବା ପରିବାର ସଦସ୍ୟ ଙ୍କ ନିକଟରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ