କୁକୁର ମୁହଁରୁ ଉଦ୍ଧାର ମୟୁରକୁ ଜଙ୍ଗଲରେ ଛଡାଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗତ ସୋମବାର ଦିନ ପାରଳାଖେମୁଣ୍ଡି ସହରରେ ବନ ବଭାଗ ତରଫରୁ କୁକୁର ମୁହଁରୁ ଉଦ୍ଧାର କରିଥିବା ଏକ ମୟୁରକୁ ଆବଶ୍ୟକ ଚିକିତ୍ସା ପରେ ମଙ୍ଗଳବାର ସଦ୍ଧ୍ୟାରେ ଜଙ୍ଗଲରେ ଛାଡି ଦିଆଯାଇ ଥିବା ସୁଚନା ମିଳିଛି । ପାରଳାଖେମୁଣ୍ଡି ଭୋୟା ହିଲ ଜଙ୍ଗଲ ମଧ୍ୟରୁ କୌଣସି କାରଣରୁ ଏକ ମୟୁର ପାରଳାଖେମୁଣ୍ଡି ସହର ମଧ୍ୟକୁ ଆସି ଯାଇଥିଲା । ଏହି ମୟୁରଟିକୁ ବୁଲା କୁକୁର ମାନେ ଧରିବା ପାଇଁ ଗୋଡାଉଥିବା ବେଳେ ସାଧାରଣଙ୍କ ଠାରୁ ଖବର ପାଇ ବନ ବିଭାଗର ଫରେଷ୍ଟର ଏସଏସ କଳିଙ୍ଗ ଏବଂ ଗଣେଶ ପ୍ରଧାନ କୁକୁର ମୁହଁରୁ ମୟୁରକୁ ଉଦ୍ଧାର କରିଥିଲେ । ପରେ ମୟୁରକୁ ପସୁ ଚିକିତ୍ସାଳୟରେ ଚିକିତ୍ସା କରିଥିଲେ । ୨ଦିନ ମୟୁରଟିକୁ ପାରଳାଖେମୁଣ୍ଡି ରେଞ୍ଜ ଆଫିସ ପରିଶରରେ ଚିକିତ୍ସା ଯୋଗାଇ ଶୁସ୍ଥ ହେବା ପରେ ଭୋୟା ହିଲ ଜଙ୍ଗଲରେ ମୟୁରଟିକୁ ଗତକାଲି ସନ୍ଧ୍ୟା ସମୟରେ ଛାଡି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ