ଗାଡ଼ି ପାର୍କିଂର ମହାଘୋଟଲା ପ୍ରତିବାଦରେ ବିଏମ୍‌ସି ଅଫିସ୍ ସମ୍ମୁଖରେ କିନ୍ନରମାନଙ୍କ ଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ମହାନଗର ନିଗମ ତରଫରୁ ଦିଆଯାଇଥିବା ଗାଡ଼ି ପାର୍କିଂ ମହାଘୋଟାଲାର କ୍ରାଇମବ୍ରାଞ୍ଚ ଓ ଇଡ଼ି ତଦନ୍ତ ଦାବିରେ ଅଲ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗି ମହାସଂଘ ତରଫରୁ ହଜାର ହଜାର କିନ୍ନର ବିଏମ୍‌ସି ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ । ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଟିଜି ସ୍ୱୀକୃତି ଓ ପରିଚୟ ନାମକ ଏସ୍‌ଏଚ୍‌ଜିକୁ ଭୁବନେଶ୍ୱରର ଏଜି ଛକରୁ ରାଜମହଲ ଛକ (ୟୁନିଟ୍‌-୨) ଓ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ, ରାମ ମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ ଓ ମାଷ୍ଟର କ୍ୟାଣ୍ଟିନରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଯେଉଁ ତିନୋଟି କିନ୍ନର ଏସ୍‌ଏଚ୍‌ଜି ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେମାନେ ଗାଡ଼ି ପାର୍କିଂ ଷ୍ଟାଣ୍ଡରୁ ଅର୍ଥ ଆଦାୟ ପାଇଁ କିନ୍ନରମାନଙ୍କୁ ନିୟୋଜିତ ନକରି କିଛି ଅସାଧୁ ଯୁବକ ଏବଂ ଯୁବତୀଙ୍କୁ ନିୟୋଜିତ କରି ବିଏମ୍‌ସି ଚହ୍ନଟ କରିଥିବା ଷ୍ଟାଣ୍ଡରେ ଦୁଇଚକିଆ ଓ ଚାରିଚକିଆ ଯାନ ରଖୁଖିବା ବ୍ୟକ୍ତିମାନଙ୍କ ଠାରୁ ଟିକେଟ ନଦେଇ ଅସାଧୁ ଉପାୟରେ ଅର୍ଥ ଆଦାୟ କରିବା ଓ କିଛି ଲୋକଙ୍କୁ ଟିକେଟ ଦେଇ ଟିକେଟର ମୂଲ୍ୟ ଠାରୁ ଅଧିକ ଅର୍ଥ ଆଦୟ କରିଥାନ୍ତି । ଯାହାକି ସାଧାରଣ ଲୋକଙ୍କ ମନରେ କିନ୍ନର ସମାଜ ପ୍ରତି ଘୃଣା ମନୋଭବ ଜାଗ୍ରତ ହୋଇଥାଏ । କିନ୍ତୁ ବଡ଼ ଦୁଃଖର ବିଷୟ, ବିଏମ୍‌ସିର ଅଧିକାରୀ ଓ କିନ୍ନର ଟିଜି ସ୍ୱୀକୃତି ଓ ପରିଚୟ ଯେଉଁ କିନ୍ନର ଏସ୍‌ଏଚ୍‌ଜି ମାନଙ୍କୁ କେଉଁ ଆଧାରରେ ସାଇକେଲ ଷ୍ଟାଣ୍ଡରର ଦାୟିତ୍ୱ ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ? ଅନ୍ୟ କିନ୍ନର ଏସ୍‌ଏଚ୍‌ଜି ମାନଙ୍କୁ ନଡ଼ାକି କାହିଁକି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିନ୍ନରମାନଙ୍କୁ ଦାୟିତ୍ୱ ଦେଇଥିଲେ ତାହା ବୁଝା ପଡ଼ୁନାହିଁ । ଯାହାର ଫାଇଦା ନେଇ ଏହି ଏସ୍‌ଏଚ୍‌ଜିମାନେ ବେଆଇନ ଭାବେ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଏବେ ନଜରକୁ ଆସିଛି । ଖାଲି ସେତିକି ନୁହେଁ, ବିନା କାରଣରେ ସାମ୍ବାଦିକ ତଥା ଲେଖକ ଦେବେନ୍ଦ୍ର ପରିଜାଙ୍କୁ ମିଛ ରେପ୍ କେସ୍‌ରେ ଫସାଇବାକୁ ଧମକାଇବା, ଷ୍ଟାଣ୍ଡରେ ବିନା କାରଣରେ ସାଧାରଣ ଲୋକଙ୍କୁ ମାଡ଼ ମାରିବା, ଦୁଇ ତିନିଜଣ ସାମ୍ବାଦିକଙ୍କୁ ଧମକ ଦେବା ଭଳି ଅନେକ ଅନୈତିକ କାର୍ଯ୍ୟରେ ଏହି କିନ୍ନରମାନେ ଲିପ୍ତ ଅଛନ୍ତି । ଯେଉଁ ବାହାର ପିଲାମାନଙ୍କ ମାଧ୍ୟମରେ ସାଇକେଲ ଷ୍ଟାଣ୍ଡରେ ପଇସା ଆଦାୟ କରୁଥିଲେ, ସେମାନଙ୍କ ଦରମା ୧୨ ହଜାର ଥିବାବେଳେ ସେମାନଙ୍କୁ ୭ ହଜାର ଟଙ୍କା ଦେଇ ବାକି ପଇସାକୁ ନିଜେ ଆତ୍ମସାତ କରୁଥିଲେ । ଏତଦ୍‌ବ୍ୟତୀତ ସାଇକେଲ ଷ୍ଟାଣ୍ଡରୁ ମଧ୍ୟ ମାସିକ ପାଖାପାଖି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ କରୁଥିଲେ । ଆମ୍ଭର ଦାବିଗୁଡ଼ି ମଧ୍ୟରେ ମେଘନା ସାହୁ, ନିଲମ କିନ୍ନର ଓ ଟିଜି ସ୍ୱୀକୃତି ଏସ୍‌ଏଚ୍‌ଜି ବିଏମ୍‌ସି, ପରିଚୟ ଏସ୍‌ଏଚ୍‌ଜି ଠାରୁ ଦୁଇଚକିଆ ଯାନ ପାର୍କି ପାଇଁ ନେଇଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ / ଇଡ଼ି ତଦନ୍ତ କରାଯାଉ, ବିଏମ୍‌ସିର ଦୁଇଚକିଆ ଯାନ ପାର୍କିଂରେ ଚାକିରୀ କରିଥିବା ବ୍ୟକ୍ତି ଓ ମହିଳାମାନଙ୍କୁ ଦରମା ନଦେଇ ସେମାନଙ୍କ ଅର୍ଥକୁ ହଡ଼ପ କରିଥିବା ଟିଜି ଏସ୍‌ଏଚ୍‌ଜି ସଦସ୍ୟମାନଙ୍କୁ ଗିରଫ କରାଯାଉ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପରିଜାଙ୍କୁ ମିଛ ରେପ୍ କେସ୍ ଫଶାଇ ଧମକ ଦେଉଥିବା ମେଘନା କିନ୍ନରଙ୍କୁ ଗିରଫ କରାଯାଉ, ଗାଡ଼ି ପାର୍କିଂ ନାମରେ ସାରା ଓଡ଼ିଶାରେ କିନ୍ନରମାନଙ୍କୁ ବଦନାମ କରିଥିବା କିନ୍ନର ଏସ୍‌ଏଚ୍‌ଜିମାନଙ୍କୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯାଉ । ଆଜିର ଏହି କାର୍ଯ୍ୟକ୍ର୍ରମରେ ମହାସଂଘର ସଭାପତି ସୁଇଟି ସାହୁ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ମେନକା ପରିଡ଼ା ପରିଚାଳନା କରିଥିଲେ । ଏଥିରେ ସୋନମ କିନ୍ନର, ପୂଜା କିନ୍ନର, ମିଠି କିନ୍ନର, ଶ୍ରାବଣୀ କିନ୍ନର, ରୀନା କିନ୍ନର, ପାୟଲ କିନ୍ନର, ସୋନାଲି କିନ୍ନର, ଖୁସି କିନ୍ନର, ପଦ୍ମିନୀ କିନ୍ନର ପ୍ରମୁଖ ଧାରଣାର ନେଇଥିଲେ । ପରିଶେଷରେ ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନନୀୟା ମହାନଗରପାଳ ସୁଲୋଚନା ଦାସ ଓ ବିଏମ୍‌ସି କମିଶନରଙ୍କ ଜରିଆରେ ପାଞ୍ଚଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଯଦି ରାଜ୍ୟ ସରକାର ୭ ଦିନ ମଧ୍ୟରେ ଆମ୍ଭର ଦାବି ନ ଶୁଣନ୍ତି, ତେବେ କିନ୍ନରମାନେ ବାଧ୍ୟ ହୋଇ ନବୀନ ନିବାସ ଘେରାଉ କରିବେ ବୋଲି ସଭାପତି ସୁଇଟି ସାହୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ