କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ମତ

ନୂଆଦିଲ୍ଲୀ: ଗତ ୨୦ ଦିନ ଧରି ଦିଲ୍ଲୀରେ ଚାଲିଥିବା କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବାକୁ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଚାଷୀମାନଙ୍କର କ୍ଷତି ହେବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ। ଦିଲ୍ଲୀରେ ଚାଷୀଙ୍କ ଧାରଣା ଏକ ଜାତୀୟ ପ୍ରସଙ୍ଗ ହେବା ପୂର୍ବରୁ ଏହାର ସମାଧାନ ହେବା ଦରକାର। ଏଣୁ କୋର୍ଟ ମଧ୍ୟ କୃଷକଙ୍କ ପକ୍ଷ ଶୁଣିବାକୁ ଚାହୁଁଛନ୍ତି। ଏହା ସହ କୃଷକ ସଂଗଠନଗୁଡ଼ିକୁ ଏକ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏହାର ସମାଧାନ ଲାଗି ସରକାର ଓ କୃଷକଙ୍କର ଏକ କମିଟି ଗଠନ କରିବାକୁ କୋର୍ଟ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି। ମାମଲାର ଶୁଣାଣି ସମୟରେ ମୁଖ୍ୟବିଚାରପତି ଜଷ୍ଟିସ୍ ଏସ.ଏ. ବୋବଡେ କହିଛନ୍ତି, ଆନ୍ଦୋଳନରତ ଚାଷୀଙ୍କ ସହ କଥାବାର୍ତା ପୁଣି ବିଫଳ ହେବ, ଯଦି କେନ୍ଦ୍ର ସରକାର ଖୋଲା ମନ ନେଇ ଆଲୋଚନାକୁ ନ ଆସନ୍ତି। ଯେହେତୁ କୃଷକମାନେ ଏକପ୍ରକ‌ାର ନିଶ୍ଚିତ ହୋଇପଡ଼ିଛନ୍ତି କି କୃଷି ଆଇନ ସେମାନଙ୍କ ସ୍ବାର୍ଥ ବିରୋଧରେ ପ୍ରଣୟନ କରାଯାଇଛି, ତେଣୁ ସରକାର ଖୋଲା ମନ ନେଇ ଆଲୋଚନା ନ କଲେ କୌଣସି ଫଳାଫଳ ଆସିବ ନାହିଁ।ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଏସ୍ ଏ ବୋବଡେ, ଜଷ୍ଟିସ୍ ଏ.ଏସ୍ ବୋପନ୍ନା ଓ ଜଷ୍ଟିସ୍ ବି.ରାମସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ପଞ୍ଜାବ ସରକାର ଓ ହରିଆଣା ସରକାରଙ୍କୁ ନୋଟିସ କରିଛନ୍ତି । ଏହା ଏକ ଜାତୀୟ ସମସ୍ୟାର ରୂପ ନେବା ପୂର୍ବରୁ ଏଥିସହ ଜଡ଼ିତ ସମସ୍ତ ପକ୍ଷଙ୍କ  ସହମତି ଭିତ୍ତିରେ ଏହାର ସମାଧାନ ହେବା ଉଚିତ, ଏପରି ପରିସ୍ଥିତିରେ ଶୀଘ୍ର ଏକ କମିଟି ଗଠନ କରି ଆଲୋଚନା ହେବା ଉଚିତ। ଆସନ୍ତାକାଲି (ଗୁରୁବାର) ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ଏବଂ ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସୁପ୍ରିମକୋର୍ଟ କୃଷକ ସଂଗଠନ ସହ କେନ୍ଦ୍ର ସରକାର, ହରିୟାଣା ସରକାର ଏବଂ ପଞ୍ଜାବ ସରକାରଙ୍କୁ ନୋଟିସ୍ ପଠାଇଛନ୍ତି।ସୂଚନା ଥାଉ କି କୃଷକମାନେ ଦୀର୍ଘ ଦିନ ଧରି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ବସି ରହିଛନ୍ତି | କୃଷକମାନେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଜିଦ୍ ଧରିଛନ୍ତି, କିନ୍ତୁ ସରକାର ସଂଶୋଧନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏ ପର୍ଯ୍ୟନ୍ତ କୃଷକ ଏବଂ ସରକାରଙ୍କ ମଧ୍ୟରେ ୬ ପର୍ଯ୍ୟାୟ ଆଲୋଚନା ହୋଇଛି, କିନ୍ତୁ କୌଣସି ବାଟ ବାହାରିପାରିନାହିଁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ