କୃଷି ବିଭାଗ ସହ ମନ୍ତ୍ରୀ ଙ୍କ ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡ଼ା କୃଷି କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ନିମାପଡା ଓ ଗୋପ ଅଞ୍ଚଳ ରୁ ବନ୍ୟା ଛାଡ଼ିବା ପରେ ଚାଷୀ ମାନଙ୍କୁ କିପରି ସହାୟତା କରାଯାଇପାରିବ ସେ ଦିଗରେ ଚିନ୍ତନ କରାଯାଇଥିଲା।ନବେ ଦିନ ମଧ୍ୟରେ କିପରି ଛୋଟ ଧାନ ଅମଳ ହୋଇପାରିବ ଓ ଧାନ,ବିରି,ମୁଗ ବିହନ କିପରି ଚାଷୀମାନଙ୍କ ପାଖରେ ସୁବିଧାରେ ଉପଲବ୍ଧ ହେବ ସେନେଇ ତ୍ୱରିତ ପଦକ୍ଷେପ ନେବାକୁ କୃଷି ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଥିଲେ। ନିମାପଡ଼ା ଓ ଗୋପ ବ୍ଲକରେ ପ୍ରାୟ ସାତଶହ କୁଇଣ୍ଟାଲ ବିହନର ଆବଶ୍ୟକତା ରହିଛି।ନିମାପଡ଼ାରେ ୭୬୦୦ ହେକ୍ଟର ଓ ଗୋପରେ ୩୮୦୦ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।କୃଷି ବିଭାଗ ଉପ ନିର୍ଦ୍ଦେଶକ ଶରତ ପରିଡା,ନିମାପଡ଼ା କୃଷି ଅଧିକାରୀ ପ୍ରଦୀପ୍ତ ଦାସ,ସହକାରୀ କୃଷି ଅଧିକାରୀ ସୁବାସ ଚନ୍ଦ୍ର ବାରିକ ଓ ଗୋପ କୃଷି ଅଧିକାରୀ ଚନ୍ଦ୍ର ଶେଖର ଦାସ ପ୍ରମୁଖ ଏହି ସମୀକ୍ଷା ବୈଠକ ରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ