ବନ୍ୟା ଜଳ ଘେରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି

ନିମାପଡ଼ା, (ସନ୍ତୋଷ ଦାଶ):ଧନୁଆଁ ନଦୀ ବନ୍ୟା ଓ କୁଶଭଦ୍ରା ନଦୀ ବନ୍ୟା ମିଳିତ ହୋଇଯିବାରୁ ନିମାପଡା ବ୍ଲକ ର ୧୬ ଟି ପଞ୍ଚାୟତ ଓ ଗୋପ ବ୍ଲକ ର ୭ଟି ପଞ୍ଚାୟତ ୬/୭ଦିନ ହେବ ପାଣି ଘେରରେ ରହିଛି। ବନ୍ୟା ବିପନ୍ନ ଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ନା ସେମାନଙ୍କୁ ମିଳୁଛି ପିଇବା ପାଣି ନା ସଂଧ୍ୟାରେ ଆଲୋକ। ବାଧ୍ୟ ହୋଇ ବନ୍ୟା ବିପନ୍ନ ପରିବାର ବନ୍ୟା ପାଣି କୁ ଫୁଟାଇ ପିଉଛନ୍ତି ଆଉ ରାତିରେ ଟର୍ଚ ଜାଳି ଉଜାଗର ରହିବାକୁ ବାଧ୍ୟ ହେଉଛନ୍ତି। ଗୋପ ବ୍ଲକ ର ଡଭାର ଗାଁ ରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ବି ବନ୍ୟା ଜଳ ଘେରରେ ଥିବା ଦେଖିବାକୁ ମିଳିଛି। ତୁରନ୍ତ ବିପନ୍ନ ପରିବାର କୁ ପିଇବା ପାଣି ଓ କିରୋସିନ ଯୋଗାଇ ଦେବାକୁ କଂଗ୍ରେସ ର ଯୁବ ନେତା କେଶବ ପ୍ରଧାନ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ