କୃଷ୍ଣଚନ୍ଦ୍ରଙ୍କ କବିତା ସଙ୍କଳନ ଶତବର୍ଣ୍ଣା ଲୋକାର୍ପିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ବଣିଆମାଳ ଗ୍ରାମର ଅବସରପ୍ରାପ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବାସଭବନରେ ତାଙ୍କ ମା’ ସ୍ୱର୍ଗତା ବାଳି ଦିବ୍ୟାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସାହିତ୍ୟିକ ଡଃ. ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି, କବୟତ୍ରୀ ଅବନ୍ତୀ ବେହେରା, କୃଷ୍ଣଚନ୍ଦ୍ରଙ୍କ ଝିଅ ତଥା ନୟାଗଡର ଜିଲ୍ଲାଜଜ ପ୍ରଜ୍ଞା ପରମିତା ମହାପାତ୍ର, କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ସୈାଭାଗ୍ୟ ଦାସ ଅତିଥି ଭାବରେ ମଂଚାସୀନ ଥିଲେ । ପୁସ୍ତକ ରଚୟୀତା କୃଷ୍ଣଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତାଙ୍କ ଝିଅ ପ୍ରଜ୍ଞା ପରମିତା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଥିଲେ ଯେ ଅନେକ ସମୟରେ ମନରେ ଆସୁଥିବା କବିତାକୁ କଲମ କାଗଜରେ ରୂପାୟିତ କରିହୁଏନା । ତାହା କେବଳ ମନରେ ଆସି ମନ ଭିତରେ ମିଳେଇ ଯାଇଥାଏ । ସମୟର ସଦୁପଯୋଗ କରିବା ପାଇଁ ତାଙ୍କ ପିତାମାତାଙ୍କ ପରାମର୍ଶ ଯୋଗୁଁ ସେ ଆଜି ସମାଜରେ ଜଣେ ସଫଳ ବ୍ୟକ୍ତି ଭାବେ ଠିଆହେବାକୁ ପ୍ରେରଣା ପାଇଛନ୍ତି । ସାହିତ୍ୟିକ ଡଃ. ଦାସ କହିଥିଲେ ଯେ ଲେଖକ ଶ୍ରୀ ମହାପାତ୍ରଙ୍କ ତିନିଗୋଟି ପିଢି ଧରି ସାହିତ୍ୟ ରଚନାରେ ବ୍ରତୀ ହୋଇଆସୁଛନ୍ତି ଏହି ପରିବାର । ଶ୍ରୀ ମହାପାତ୍ରଙ୍କ ମା’ ସ୍ୱର୍ଗତା ବାଳି ଦିବ୍ୟା ଜଣେ ସୁସାହିତ୍ୟିକା ଥିବା ବେଳେ ତାଙ୍କ ପୁଅ କୃଷ୍ଣଚନ୍ଦ୍ର ଓ କୃଷ୍ଣଚନ୍ଦ୍ରଙ୍କ ଝିଅ ପ୍ରଜ୍ଞା ପରମିତା ମଧ୍ୟ ଜଣେ ସୁ ସାହିତ୍ୟିକା ବୋଲି ଡଃ. ଦାସ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ପ୍ରଫେସର ପରିଡା ଓ ଅନ୍ୟ ଅତିଥିମାନେ ଲେଖକ ଶ୍ରୀ ମହାପାତ୍ରଙ୍କ ଏକଶତ କବିତା ସଙ୍କଳନ “ଶତବର୍ଣ୍ଣା” ଓ ବାଳି ଦିବ୍ୟାଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରକାଶିତ ସ୍ମରଣିକା “ସ୍ମୃତିଅର୍ଘ୍ୟ” ପୁସ୍ତକକୁ ଲୋକାର୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷ୍ଣଙ୍କ ପୁତ୍ର ଶାରଦା ପ୍ରସନ୍ନ ମହାପାତ୍ର, ସାନଝିଅ ସୁଚିସ୍ମିତା ମହାପାତ୍ର, ବୋହୁ ଶ୍ରଦ୍ଧାଞ୍ଜଳି ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ହରିହର ମହାପାତ୍ର, ଶିକ୍ଷାବୀତ ଶୁଭାଂଶୁ କୁମାର ଦାସ, ଅଶୋକ କୁମାର ସାହୁ, ରଣଧିର ଜେନା, ଗୋଲକ ସେଠୀ, ଜନ୍ମେଞ୍ଜୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କବି ଅଶୋକ କୁମାର ସାହୁ ଓ ମନୋଜ କୁମାର ଦାସଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏକ କବିତା ପାଠୋତ୍ସବରେ ନାରୀକବି ପ୍ରତିଭା ଦାସ, ଈଶ୍ୱର ଚନ୍ଦ୍ର ସାହୁ, ଶରତ ରାଉତ, ଗୀତା ସାହୁ, ନକୁଳ ପୃଷ୍ଟି, ତୃପ୍ତି ଜେନା ପ୍ରମୁଖ ୨୫ଜଣ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ