ଆର୍ଥିକ ସାକ୍ଷରତା ସପ୍ତାହ ପାଳିତ
ସନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କଙ୍କୋରଡା ଶାଖା ଆନୁକୂଲ୍ୟରେ”କଉଡ଼ିଆ ସ୍ଥିତ ମହାଦେବ ମନ୍ଦିର ପରିସରରେ ଆର୍ଥିକ ସାକ୍ଷରତା ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି I ଶାଖା ପରିଚାଳକ ଦେବେନ୍ଦ୍ର ଶୁକ୍ଳା ଙ୍କ ସଭାପତିତ୍ୱ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା I ଏହିକ୍ରମ ରେ ଋଣ କୁ ନେଇ ଅନୁଶାସନର ବିକାଶ ଏବଂ ଆନୁଷ୍ଠାନିକ ଋଣ ପାଇବାକୁ ଉତ୍ସାହିତ” ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ ଉପରେ ଠିକ୍ ସମୟରେ ପରିଶୋଧ, ଆନୁଷ୍ଠାନିକ ଋଣ ଏବଂ ଏକ ଦାୟିତ୍ବବୋଧକ ଋଣଦାତା ସୃଷ୍ଟି କରିବା ଲକ୍ଷ କୁ ଦୃଷ୍ଟି ଦେଇ 5 ଟି ଯୋଗ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଋଣ ମଞ୍ଜୁର କରାଯାଇଥିଲା | ଆୟୋଜିତ ସଭାରେ ସ୍ୱତନ୍ତ୍ର ଭାବରେ କୋଭିଡ ନିୟମ କୁ ପାଳନ ସହକାରେ ସହିତ ମାସ୍କ ପିନ୍ଧିବା ଏବଂ ହ୍ୟାଣ୍ଡ ସାନିଟାଇଜେସନ୍ ସହିତ କରାଯାଇଥିଲା | PMSBY, PMJJBY, APY ଏବଂ ଅନ୍ୟାନ୍ୟ ବୀମା ପରି ସାମାଜିକ ସୁରକ୍ଷା ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା I ଆର୍ଥିକ ଅନୁଶାସନ ସହିତ ଗ୍ରାହକ ଙ୍କ ସୁରକ୍ଷା କୁ ନେଇ ମଧ୍ୟ ବକ୍ତା ମାନେ ଆଲୋକପାତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଡେଂଗାଡ଼ି ଗ୍ରାହକ ସେବା କେନ୍ଦ୍ର ପରିଚାଳକ ବାରାନିଧି ପାତ୍ର, ଶାଖା କ୍ୟାସିୟର ନାରାୟଣ ପାହି, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ନରେନ୍ଦ୍ର କୁମାର ତ୍ରିପାଠୀ, ପିଏ ସାର୍ ବିଜୟ କୁମାର ବେହେରା, ବିପିସି ମିଶନ ଶକ୍ତି ର ଡି ମଲ୍ଲିକ, ସ୍ଥାନୀୟ ଶୁଭେଚ୍ଛୁ, ଲଡୁ କିଶୋର ପଢିଆଳି , ଆମିୟା ମିଶ୍ର। ଡେଂଗାଡ଼ି, ଲେଙ୍କାଖାଲି ଏବଂ କଉଡିଆ ଗ୍ରାମର ଅନେକ ଗ୍ରାହକ ଉପସ୍ଥିତ ଥିଲେ |


