ସାମୁହିକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୁକୁଟ ତଥା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଠାରେ ସାମୁହିକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ, ସାମୁହିକ ସ୍ୱଚ୍ଛତା ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରଥମେ ବୁରୁକୁତୁ ଛକ ଠାରୁ ଆରମ୍ଭ କରାଯାଇ ପରେ ମହେନ୍ଦ୍ରଗିରି ପାହାଡ ଶିଖରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଜିଲ୍ଲାପାଳ ସୁନୀଲ ଅଗ୍ରୱାଲ, ବନବିଭାଗ ଅଧିକାରୀ କେ. ନାଗରାଜୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବିଭିନ୍ନ ସଫେଇ କରିବା ସହ ମହେନ୍ଦ୍ରଗିରି ପର୍ବତର ପରିବେଶକୁ ପରିଷ୍କାର କରିଥିଲେ.


