ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ
ହାଟଡିହି(ଓ୍ବାଇଏନଏସ): ଶୁକ୍ରବାର ଦିନ ହାଟଡିହି ବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚାରି ଦିନ ଧରି ଚାଲୁଥିବା ବ୍ଲକ ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ମାନ ଖୋଲାଯାଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରା ଯାଇଛି। ବ୍ଲକ ସଭାଗୃହ ଠାରେ ବ୍ଲକ ସହକାରୀ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ ରଞ୍ଜନ କୁମାର ପରିଡା, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ଏବିଡ଼ିଓ ତଥା କାର୍ଯ୍ୟକ୍ରମ ର ନୋଡାଲ ଅଫିସର ରଶ୍ମିରେଖା ନାଇକ, ଏ ଆର ସି ଏସ ରାମଚନ୍ଦ୍ର ବିଶ୍ୱାଳ, ବ୍ଲକ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ମରଣିକା ବିଶ୍ୱାଳ, ସହକାରୀ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶୁଭମ ପ୍ରଧାନ, ସହକାରୀ କୃଷି ଅଧିକାରୀ ଅନନ୍ୟା ସିନ୍ଧୁପ୍ରୀୟା, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଅଙ୍କିତା ପ୍ରିୟଦର୍ଶନୀ ମିଶ୍ର, ପ୍ରମୁଖ ଯୋଗଦେଇ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଆଲୋକପାତ କରିଥିଲେ। ସରକାରଙ୍କ ବିଭିନ୍ନ କୃଷି ନୀତି ଓ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଅଗ୍ରଣୀ ଚାଷୀ ପ୍ରଭାକର ଖଣ୍ଡା, ଆଶିଷ କୁମାର ପହି, ଉଦୟନାଥ ଦାସ, ଝରଣା ନାଏକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରବୀନ୍ଦ୍ର ଜେନା, ଦିନେଶ ସେଠୀ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଚତୁର୍ଭୁଜ ସ୍ୱାଇଁ, ସୁଧାଂଶୁ ବିଶ୍ୱାଳ, ସମିତିସଭ୍ୟ ତାରିଣୀ ସେନାପତିଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।


