କେତେବେଳେ ଓ କାହିଁକି ହନୁମାନଙ୍କ ପୂଜା କରିବା ମନା

ଭଗବାନ ହନୁମାନଙ୍କୁ ଜୀବନ୍ତ ଠାକୁର ବୋଲି କୁହାଯାଏ । ତାଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ହନୁମାନଙ୍କୁ ଆରାଧନା କରିବା ସମୟରେ କିଛିଟା ବିଷୟ ଉପରେ ଧ୍ୟାନ ଦେବା ଉଚିତ । ନ ହେଲେ ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଅବସ୍ଥାରେ ହନୁମାନଙ୍କୁ ପୂଜା କରିବା ଉଚିତ । କେତେବେଳେ ପୂଜା ନ କରିବା ଉଚିତ ।
ଅସ୍ୱଚ୍ଛ ପୋଷାକରେ: କିଛି ଲୋକ ସ୍ନାନ କରିବା ପରେ ଗାମୁଚ୍ଛା କିମ୍ବା ଇନର ପିନ୍ଧି ହନୁମାନଙ୍କୁ ପୂଜା କରିଥାନ୍ତି । ଏପରି କରିବା ଉଚିତ ନୁହେଁ । ହନୁମାନଙ୍କୁ ପୂଜା କରିବା ସମୟରେ ଶୁଦ୍ଧତା ଉପରେ ପୂରା ଧ୍ୟାନ ଦେବା ଉଚିତ । ଅପରିଷ୍କାର ପୋଷାକରେ ପୂଜା କରିବା ଉଚିତ ନୁହେଁ ।
ଅଶୌଚ ଅବସ୍ଥାରେ: ମହିଳାମାନେ ଅଶୌଚ ଅବସ୍ଥାରେ ହନୁମାନଙ୍କ ସହ ଅନ୍ୟ ଦେବାଦେବୀଙ୍କ ପୂଜା କରିବା ଉଚିତ ନୁହେଁ । ଏପରି ଅବସ୍ଥାରେ ନିଜ ଛାୟୀ ମଧ୍ୟ ହନୁମାନଙ୍କ ପ୍ରତୀମା ଓ ଫଟୋ ଉପରେ ପଡିବା କଥା ନୁହେଁ ।
ସ୍ନାନ ନ କରି: ହନୁମାନଙ୍କ ସହ ଅନ୍ୟ ଦେବୀ ଦେବତାଙ୍କୁ ସ୍ନାନ ନ କରି ପୂଜା କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସକାଳେ ସ୍ନାନ କରିବା ପରେ ହିଁ ଭଗବାନଙ୍କ ଆରାଧନା କରିବାର ବିଧି ରହିଛି । ସ୍ନାନ ନ କରି ହନୁମାନଙ୍କ ପ୍ରତିମାଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ । ଏହାର ନକାରାତ୍ମକ ପରିଣାମ ଭବିଷ୍ୟତରେ ଦେଖିବାକୁ ମିଳିବ ।
ଶ୍ମଶାନରୁ ଆସିଲା ପରେ: ଶବ ଯାତ୍ରାରୁ ଆସିବା ପରେ ଶୁଦ୍ଧ ନ ହୋଇ କୌଣସି ଦେବୀ, ଦେବତାଙ୍କୁ ସ୍ପର୍ଶ କରନ୍ତୁ ନାହିଁ । ହନୁମାନଙ୍କୁ ପୂଜା କରିବା ସମୟରେ ଏହି ଦିଗ ଉପରେ ଧ୍ୟାନ ଦେବା ଦରକାର ।
ଅଶୁଦ୍ଧ ଅବସ୍ଥାରେ: କିଛି ଲୋକ ଅଶୁଦ୍ଧ ଅବସ୍ଥାରେ ହନୁମାନଙ୍କ ପୂଜା କରିଥାନ୍ତି । ତାହା ସମ୍ପୂର୍ଣ୍ଣ ଭୁଲ । ଦିନସାରା ବାହାରେ କାମ କରି ଘରକୁ ଆସିବା ପରେ ସନ୍ଧ୍ୟାରେ ସ୍ନାନ ସାରି ହନୁମାନଙ୍କ ପୂଜା କରାଯାଇଥାଏ । ଖାଦ୍ୟ ଖାଇବା ପରେ ଅଇଁଠା ମୁହଁରେ ହନୁମାନଙ୍କ ସହ କୌଣସି ଦେବୀ, ଦେବତାଙ୍କୁ ପୂଜା କରିବା ନିଷେଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ