କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ରବିବାର ଭୋରୁ ନିସ୍ଥିପୁର କେନାଳ ଭିତରେ ଜଣେ ଯୁବକଙ୍କ ମୃତ ଦେହ ସହ ଏକ ମୋଟର ସାଇକେଲ କୁ ପାଟପୁର ପୋଲିସ ଉଦ୍ଧାର କରିଛି l ମୃତ କ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ଅଧୀନସ୍ଥ ଗଣିଆନାଳ ଗ୍ରାମର ଗଣେଶ ନାୟକ l ଶନିବାର କିଛି ଲୋକ କେନାଲ କୁ ଗାଧେଇବା ପାଇଁ ଯାଇଥିଲେ କେନା ରେ ମୃତ ଦେହ ଦେଖି ପାଟପୁର ପୋଲିସ କୁ ଜଣାଇଥିଲେ ପୋଲିସ ଘଟଣା ସ୍ଥଳେ ପଂହଁଚି ସବ ଉଦ୍ଧାର ପାଇଁ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କୁ ଜଣାଇଥିଲେ ସୁଦ୍ଧା କୋଣସି ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦେଖା ନଥିଲା l ରବିବାର ଭୋରୁ ପାଟପୁର ପୋଲିସ ମୃତ ବ୍ୟକ୍ତି ଙ୍କ ପରିବାର ଲୋକଙ୍କ ସହାୟତାରେ ଶବଟିକୁ କେନାଳ ରୁ ଉଦ୍ଧାର କରି  ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ l ଏନେଇ ପାଟପୁର ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ