କେନ୍ଦୁଆପଦାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ
ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ବନ୍ତ ବ୍ଲକ କେନ୍ଦୁଆପଦା ଆନନ୍ଦ ବଜାର ଠାରେ ରବିବାର ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ସହିତ ନୂତନ କରି ବିଧାୟକଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଥିବା ଇଂ.ପ୍ରୟାସକାନ୍ତି ସାମଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, ସଭ୍ୟା ରେବତୀ ନାୟକ, ସମିତି ସଭ୍ୟ ବିଜୟ କୁମାର ଖଟୁଆ, ପ୍ରାକ୍ତନ ଯୁବ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ ରବିନ୍ଦ୍ର ଧଳ, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ ସାମଲ, ପଦ୍ମନାଭ ଦାସ, ହୃଷିକେଶ ପାତ୍ର, ମଦନ ମୋହନ ମହାନ୍ତି, ଜିଲା ଯୁବ ବିଜେଡି ସଂପାଦକ ସେକ୍ ସମିମ୍ ନୱାଜ୍, ଦୁର୍ଗା ଚରଣ ବିଶ୍ୱାଳ, ଜିତେନ୍ଦ୍ର ନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ସରପଞ୍ଚ ତିଳୋତ୍ତମା ବାରିକ, ଯୁବ ନେତା ପ୍ରଶାନ୍ତ ଖଟୁଆ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ର ମହାନ୍ତି, ପ୍ରାକ୍ତନ ସରପଞ୍ଚ ଅଜୟ ବେହେରା, ଅଶୋକ ମହାନ୍ତି, କାଶିନାଥ ଜେନାଙ୍କ ସମେତ ୧୬ନଂ.ଜୋନ୍ ଅଧିନ ବିଭିନ୍ନ ପଞ୍ଚାୟତରୁ ବହୁ ନେତୃତ୍ୱ ଓ କର୍ମୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଯୁବନେତା ଅକ୍ଷୟ ଦାସ, ଜିତେନ୍ଦ୍ର ବାରିକ, ଉପେନ୍ଦ୍ର ପରିଡା, ନିରାକର ବେହେରା, ରମେଶ ପ୍ରଧାନ, ଯୋଗେନ୍ଦ୍ର ସାହୁ ସହାୟତା କରିଥିଲେ ।


