କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ): ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାରେ ବିଳମ୍ବରେ ହେଲେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ଆର୍ସେଲ ମିତ୍ତଲ କମ୍ପାନୀ ସହିତ ସହଭାଗିତାର ଚୁକ୍ତିପତ୍ର ସ୍ୱାକ୍ଷର କରିଥିବାରୁ ସେ ଧନ୍ୟବାଦର ପାତ୍ର । ରାଜ୍ୟ ସଚିବାଳୟରେ ଆଜି ରାଜ୍ୟ ସରକାର ଏବଂ ମିତ୍ତଲ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିବାରୁ ଆମ୍ଭେମାନେ ବହୁତ ଖୁସି ଅନୁଭବ କରୁଛୁ ବୋଲି କହିଛନ୍ତି ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି । ଶ୍ରୀ ମହାନ୍ତିଙ୍କ ସମେତ କବି ସୁବାଷ ପାତ୍ର, ଶ୍ରୀନିବାସ ପ୍ରଧାନ, ରମାକାନ୍ତ ଦାସ, ପ୍ରମୋଦ ମହାପାତ୍ର, ହରେକୃଷ୍ଣ ନାୟକ, ସରୋଜକାନ୍ତ ସାହୁ, ନଳିନୀ ବିହାରୀ ମହାନ୍ତି ପ୍ରମୁଖ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ