କେନ୍ଦ୍ରାପଡାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗରାପୁର ଡାକବଙ୍ଗଳା ପରିସରରେ ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ଅଗଷ୍ଟକ୍ରାନ୍ତୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଡାକବଙ୍ଗଳା ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାର୍ଲାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ପରିଷଦର ସଭାପତି ଭଜକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ନଗରପାଳ ସରିତା ସାହୁ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ଡଃ. ବାସୁଦେବ ଦାସ ପ୍ରମୁଖ ଯୋଗଦେଇ ୧୯୪୨ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସମଗ୍ର ଭାରତ ବର୍ଷର ଲୋକମାନେ ବ୍ୟାପକ ଗଣ ଆନ୍ଦୋଳନ କରିବା ଫଳରେ ବ୍ରିଟିସ ସରକାର ଭାରତ ଛାଡିବାକୁ ବାଧ୍ୟ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାର ପ୍ରଭାବ କିଭଳି ସମଗ୍ର ଭାରତବାସୀଙ୍କୁ ଉଦବୁଦ୍ଧ କରିଥିଲା ସେ ସମ୍ପର୍କରେ ବକ୍ତାମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୭ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ୫ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ,କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ପୂର୍ବତନ ନଗରପାଳ ଧିରେନ ସାହୁ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, କରୁଣାକର ଦାସ, ଶିବ ପ୍ରସାଦ ଭଳ, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ସାହୁ, ଦୁଷ୍ମନ୍ତ ମଲିକ,ବିଜେଡି ନଗର ଆଇଟି ସେଲର ଦେବେନ୍ଦ୍ର ଦାସ, ମହାକାଳପଡା ବିକାଶ ମଞ୍ଚର ସଭାପତି କାଶିନାଥ ରାଉତରାୟ, ଅମୀୟ ନାୟକ, ବୈଷ୍ଣବ ସ୍ୱାଇଁ, ରଞ୍ଜନ ସାହୁ, ପ୍ରମୋଦ ପ୍ରଧାନ ପ୍ରମୁଖ ଯୋଗଦେଇ ଅଗଷ୍ଟ କ୍ରାନ୍ତି ଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲାର ବିକାଶ ପାଇଁ ପ୍ରଫେସର ପରିଡା ଓ ଅଧ୍ୟାପକ ସାମଲ ପ୍ରମୁଖ କେନ୍ଦ୍ରାପଡାରେ ମେଡିକାଲ କଲେଜ, ବିଶ୍ୱ ବିଦ୍ୟାଳୟ ଓ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଏବଂ କେନ୍ଦ୍ରାପଡା ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିିବା ନିମନ୍ତେ ସମସ୍ତଙ୍କୁ ଏକଜୁଟ ହୋଇ ଦାବି ହାସଲ କରିବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟିକା ଡଃ. ମଲ୍ଲିକ ଓ ସାହିତ୍ୟିକ ଡଃ. ଦାସ ସରକାରଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବାକୁ ଜନଜାଗରଣ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ମୃତି କମିଟି ସଂଯୋଜକ ଡଃ. ଗଦାଧର ମଲ୍ଲିକ ଓ ଆବାହକ ରାଜେଶ ପଣ୍ଡା ସଭାପରିଚାଳନା କରିଥିଲେ । କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଏକ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସଭାର ସଫଳତା କାମନା କରି ଏକ ବାର୍ତ୍ତା ପଠାଇଥିଲେ । ଶେଷରେ କପାଳେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ