ମିଶନ ଶକ୍ତିରେ ଘୋଟାଲା ଅଭିଯୋଗ ଆଣିଲେ ସଦସ୍ୟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାରଖମା ପଂଚଚାୟତରେ ଥିବା ମିଶନ ଶକ୍ତିର ପିଜି ଗ୍ରୁପ ମାତୃଭବନରେ ଉତ୍ପାଦିକାରେ ମହାଘୋଟାଲା ହୋଇଥିବା ଅଭିଯେ୍‌ାଗ ଆଣିଲେ ଗ୍ରୁପର ମହିଳା ସଦସ୍ୟ ମାନେ ଓ ବାଲିଗୁଡାର ମିଶନ ଶକ୍ତିର ସମନ୍ନିତ ଶିଶୁ ବିଭାଗକୁ ପ୍ରାୟ ଦଶରୁ ଉର୍ଦ୍ଦ ମହିଳା ସଦସ୍ୟ ଆସି ମିଶନଶକ୍ତିର ବ୍ଲକ କୋଡିନେଟର ଆଲୋକ କୁମାର ନାୟକଙ୍କୁ ଅଫିସ ଭିତରେ ଘେରାଉ କରିଥିଲେ ଏବଂ ଯୁକ୍ତିତର୍କ କରିଥିଲେ । ସୁଚନନାରୁ ପ୍ରକାଶ ଯେ ମମିଶନ ଶକ୍ତିର ପିଜି ଗ୍ରୁପର ମାତୃଭବନ ମହିଳା ମାନଙ୍କ ୁ ସ୍ୱାବବିଲମ୍ବି ହେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅର୍ଥ ରାଶିକୁ ଏହି ଗ୍ରୁପର ସଭାପତି ଏବଂ ସମ୍ପାଦକଙ୍କୁ ହାତର କରି ନିଜର ପରିବାର ଓ ସମ୍ଫ୍ରକୀୟ ମାନଙ୍କୁ ପଠାଇ ଗୋଷ୍ଠି ପାଇଁ ଆସିଥିବା ଅର୍ଥ ରାଶିକୁ ମିଶନ ଶକ୍ତି ବ୍ଲକ କୋଡିନନେଟର ଆଲୋକ କୁମାର ନାୟକ ଅର୍ଥକୁ ଲୁଟ କରିଥିବା ଅଭିଯୋଗ ଆଣିଛନ୍ତି ପିଜି ମାତୃଭବନ ଗ୍ରୁପର ସଦସ୍ୟମାନେ । ମିଶନ ଶକ୍ତିର ମହିଳା ଗ୍ରୁପ ମାନଙ୍କୁ ସରକାର କୁକୁଡା,ଚାଷ.ମାଛ ଚାଷ,ଗାଇ ଚାଷପାଇଁ ଦେଇଥାନ୍ତି ଲକ୍ଷଲକ୍ଷ ଟଙ୍କା । ବାରଖମାର ମିଶନଶକ୍ତି ଗ୍ରୁପ ମାତୃଶକ୍ତି ମହିଳା ମାନଙ୍କୁ ହଳଦିକଳ ନିମନ୍ତେ ଦୁଇଲକ୍ଷ ଟଙ୍କା ପ୍ରଦାନ କରିଥିଲେ ରାଜ୍ୟ ସରକାର କିନ୍ତୁ ଏହି ଅର୍ଥରାଶିକୁ ଜାଲିଆତି କରି ଏହି ଗ୍ରୁପର ସଭାପତି ଓ ସମ୍ପାଦକଙ୍କୁ ହାତର କରି ବ୍ଲକ କୋଡିନେଟର ଆଲୋକ କୁମାର ନାୟକ ମିଳିତ ଭାବରେ ଉକ୍ତ ଅର୍ଥକୁ ହଡପ କରିଥିବା ଅଭିଯୋଗ କରିଛନ୍ତି । ବାଲିଗୁଡାର ମିଶନ ଶକ୍ତିର ସମନ୍ନିତ ଶିଶୁ ବିଭାଗକୁ ପ୍ରାୟ ଦଶରୁ ଉର୍ଦ୍ଦ ମହିଳା ସଦସ୍ୟ ଆସି ମିଶନଶକ୍ତିର ବ୍ଲକ କୋଡିନେଟର ଆଲୋକ କୁମାର ନାୟକଙ୍କୁ ଅଫିସ ଭିତରେ ଘେରାଉ କରିଥିଲେ ।ମିଶନଶକ୍ତିର ସଦସ୍ୟ ମାନଙ୍କ ପ୍ରଶ୍ନବାଣରେ ଘାଇଲା ହୋଇ ତୁତୁମେମେ ହୋଇଥିଲେ କୋଡିନେଟର ।ଏହିଅର୍ଥ ଲୁଟକୁ ନେଇ ବିଡିଓ ଓ ସିଡିପିଓଙ୍କୁ ଲିଖିତ ଅଭିଯେ୍‌ାଗ ପ୍ରଦାନ କରିଛନ୍ତି,ସିପାଂଜଳି ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟମାନେ ଏଥିରେଏ ସାମିଲଥିଲେ ।ଏହାକୁ ତଦନ୍ତ କଲେ କେତେ ଟଙ୍କା ହଡପ କରିଛନ୍ତି ତାହାପଦାକୁ ଆସିବ ବୋଲି କହିଛନ୍ତି ।ଏହି ବିଷୟକୁ ନେଇ ବ୍ଲକ କୋଡିନେଟର ଆଲୋକ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଏଥିରେ ମୁଁ ସଂପୃକ୍ତ ନଥିବା ନେଇ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ