କେନ୍ଦ୍ରାପଡା ଜିଲ୍ଲାରେ ୩୦ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ୫ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡା ଜିଲ୍ଲାର ୩୦ଟି ରୂପାନ୍ତରିତ ହାଇସ୍କୁଲ ଭିଡିଓକନଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ହାଇସ୍କୁଲ ରୂପାନ୍ତର କରଣ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭିଡିଓ କନଫରେନ୍ସି ମାଧ୍ୟମରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ସରକାରୀ ବାଳିକା ହାଇସ୍କୁଲ ପରିସରରେ ଅନୁଷ୍ଠିତ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମୋ ସ୍କୁଲ କାର୍ଯ୍ୟକ୍ରମ ଯୋଗୁଁ ସ୍କୁଲରେ ଶୈକ୍ଷିକ ବାତାବରଣ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରୁଛନ୍ତି ବୋଲି କହିଥିଲେ । ରୂପାନ୍ତରିତ ହାଇସ୍କୁଲ ଯୋଗୁଁ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀମାନେ ସ୍ମାର୍ଟ କ୍ଳାସରୁମ, ଇ- ଲାଇବ୍ରେରୀ, କମ୍ପ୍ୟୁଟର, ଅତ୍ୟାଧୁନିକ ପରୀକ୍ଷାଗାର ଭଳି ବିଭିନ୍ନ ସୁବିଧା ପାଇ ପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ୩୧୪ଟି ବ୍ଲକରେ ୩୧୪ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ଓ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିଅରିଂ କଲେଜରେ ୧୫ପ୍ରତିଶତ ସିଟ ସଂରକ୍ଷଣ ପାଇଁ ସରକାରୀ ଭାବେ ଘୋଷଣା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ୭ଟି, ଆଳିର ୫ଟି, ପାଟକୁରାର -୧୦ଟି, ମହାକାଳପଡାର ୩ଟି, ରାଜନଗରର ୫ଟି ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ପ୍ରମୁଖ ଯୋଗଦେଇଥିଲେ । ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ସୋନମ ପରୱିନ ଅତିଥିମାନଙ୍କ ସମ୍ମୁଖରେ ସ୍ମାର୍ଟ ସ୍କୁଲର ଉପକାରିତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ା, ଉପଜିଲାପାଳ ନିରଞ୍ଜନ ବେହେରା, ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, କେନ୍ଦ୍ରାପଡ଼ା ବିଡିଓ ଅଶ୍ୱିନୀ କୁମାର ଦାସ, ଇଂ. ମୂରଲୀଧର ସେଠୀ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଯଯାତି କେଶରୀ ମହାନ୍ତି, ମହମ୍ମଦ ସେକ ଇନାୟତ(ଚନ୍ଦନ) ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ