କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାକୁ +୩ ଅଧ୍ୟକ୍ଷ ମଧୁସୂଦନ କାମିଲା ଓ +୨ ଅଧ୍ୟକ୍ଷ ଗଙ୍ଗାଧର ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସ୍ୱେଚ୍ଛାସେବୀମାନେ ଶୋଭାଯାତ୍ରରେ ସାନ୍ଧ୍ୟ ମହାବିଦ୍ୟାଳୟ ନିକଟରୁ ବାହାରି ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି ପଥପ୍ରାନ୍ତନାଟକ, ପ୍ଲାକାର୍ଡ ଓ ଏଡସ୍‌ର ସ୍ଲୋଗାନ୍ ଜରିଆରେ ସହରବାସୀଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସର କାଉନସିଲର ମନୋଜ କୁମାର ଜେନା ଓ ଜାତୀୟ ସେବା ଯୋଜନାର ଦୁଇ କାର୍ଯ୍ୟକାରୀ ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଓ ଗିରିଜାକାନ୍ତ ଦାସ ପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ