କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଶିକ୍ଷା କାର୍ଯର୍୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଲକାତାର ରାଷ୍ଟ୍ରାୟତ ବ୍ୟାଙ୍କ ୟୁକୋ ବ୍ୟାଙ୍କର ବିଜନେସ୍ ମେଂଟରିଂ କାର୍ଯ୍ୟକ୍ରମ ‘ୟୁକୋ ଏମପାୱାର’ର ଶୁଭାରମ୍ଭ କରିଛନ୍ତି । ସରଳ ଉଦ୍ୟମିତା ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷା କଂପାନି ପୂର୍ଣ୍ଣତା ସହ ସହଯୋଗିତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଓଡ଼ିଶାର ଢେଙ୍କାନାଳଠାରେ ଶନିବାର ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଭାରତ ସରକାରଙ୍କ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ, ନାବାର୍ଡ ମୁମ୍ବାଇର ଉପପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋବର୍ଦ୍ଧନ ଏସ୍ ରାୱତ ଏବଂ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗର ଯୁଗ୍ମ ସଚିବ ଡ. ପ୍ରଶାନ୍ତ କୁମାର ଗୋୟଲ ଉପସ୍ଥିତ ଥିଲେ । ଆମ ଦେଶର ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବାର ଆକାଂକ୍ଷା ଅନୁଯାୟୀ, ଆମେ ଭାବୁଛୁ ଯେ, ଏମଏସଏମଇ କ୍ଷେତ୍ର ଏବଂ ସେମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । । ୟୁକୋ ଏମ୍ପାୱାର ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଆବଶ୍ୟକତା ପୂରଣ କରିବାକୁ ଚାହୁଁଛୁ ଏବଂ ଆମେ ପୂର୍ଣ୍ଣତାକୁ ଆମର ଜ୍ଞାନ ଅଂଶୀଦାର ଭାବରେ ନିଯୁକ୍ତ କରିଥିବାରୁ ଆନନ୍ଦିତ ବୋଲି ୟୁକୋ ବ୍ୟାଙ୍କର ଏମଡି ଏବଂ ସିଇଓ ଶ୍ରୀ ଅଶ୍ୱିନୀ କୁମାର କହିଛନ୍ତି । ୟୁକୋ ବ୍ୟାଙ୍କ ସହ ଯୋଡ଼ି ହୋଇ ଭାରତୀୟ ଆଂଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରଦାନ କରି ଆମେ ଆନନ୍ଦିତ । ପ୍ରତ୍ୟେକ ଏମଏସଏମଇ ଉଦ୍ୟୋଗୀଙ୍କୁ ବ୍ୟବସାୟିକ ସଫଳତା ପାଇଁ ଆବଶ୍ୟକ ଆରମ୍ଭ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ପୂର୍ଣ୍ଣତାର ସହ-ପ୍ରତିଷ୍ଠାତା ସୁରେଶ କହିଛନ୍ତି । ପୂର୍ଣ୍ଣତାକୁଏକ ଅଗ୍ରଣୀ ଭାରତୀୟ ଶିକ୍ଷା କମ୍ପାନି ଯାହା ଆଂଚଳିକ ଭାଷାରେ ଉଦ୍ୟୋଗ, ଆର୍ôଥକ ସାକ୍ଷରତା ଏବଂ ନେତୃତ୍ୱ ଉପରେ ଉପଯୁକ୍ତ ପାଠ୍ୟକ୍ରମ ପ୍ରଦାନ କରୁଛି । ୧୯୦୦ରୁ ଅଧିକ ଉଦ୍ୟୋଗୀ ଏବଂ ୪୯,୦୦୦ ଛାତ୍ରଛାତ୍ରୀଙ୍କ ବିଶ୍ୱସ୍ତରୀୟ ପ୍ରଭାବ ସହିତ ନୂତନ ଯୁଗର ଶିକ୍ଷା କମ୍ପାନୀ ଇଂଟରଆକ୍ଟିଭ୍ ଲର୍ଣ୍ଣିଂ ମଡ୍ୟୁଲ୍ ଭାବରେ ବିଶ୍ୱସ୍ତରୀୟ ଜ୍ଞାନ ପ୍ରଦାନ କରିବାରେ ବିଶେଷଜ୍ଞ ହୋଇପାରିଛି । ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ବିଜୟକୁମାର ଏନ୍ କାମ୍ବଲେ କହିଛନ୍ତି ଯେ ଉଦ୍ୟୋଗୀମାନେ ସେମାନଙ୍କ ବ୍ୟବସାୟରେ ରହି ଆରାମରେ ଶିକ୍ଷା ଗ୍ରହଣ କରିପାରିବେ । ୟୁକୋ ଏମ୍ପାୱାରର ଲକ୍ଷ୍ୟ ହେଉଛି ଭାରତୀୟ ଏମଏସଏମଇ ବ୍ୟବସ୍ଥାକୁ ନୂତନ ଶିଖରରେ ପହଂଚାଇବା ।


