ଧବଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଧବଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାସମାରହରେ ପାଳିତ ହୋଇଅଛି। ଏହି ଅବସରରେ ମୁଖ୍ୟ ଅଟିଥି ଭାବେ ଶେରଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀକୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପାଢୀ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୈରେନ୍ଦ୍ରି ଦଳାଇ, ସୁକାନ୍ତି ଲତା ମିଶ୍ର, ସିଆରସିସି ଶ୍ରୀକାନ୍ତ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ରାଉତ, ମୁଖ୍ୟ ବକ୍ତା ଭାବେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀ ଶିଶିର କୁମାର ତ୍ରିପାଠୀ ଯୋଗଦେଇ ଥିଲେ। ପ୍ରଥମେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇ ଥିଲା। ପରିଶେଷରେ ପ୍ରଧାନ ଶିକ୍ଷୟତ୍ରୀ ବନ୍ଦିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନେ ନିଜ ବକ୍ତବ୍ୟରେ ପିଲା ମାନଙ୍କ ଶିକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ବୋଲି କହିଥିଲେ। ଏହି ଶିକ୍ଷାବିତ ଦେବୀ ପ୍ରସାଦ ଦାଶ ଯୋଗଦେଇ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ