କେନ୍ଦ୍ର ରେଳ ଏବଂ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାର୍ଦ୍ଦୋଶଙ୍କ ବେଲଗୁଣ୍ଠା ଗସ୍ତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି କେନ୍ଦ୍ର ରେଳ ଏବଂ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାର୍ଦ୍ଦୋଶ ବେଲଗୁଣ୍ଠା ଗସ୍ତରେ ଆସି ବିଜେପି କର୍ମୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି I ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଜାର୍ଦ୍ଦୋଶ ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର ଠାରେ ପହଞ୍ଚିବା ପରେ ତାଙ୍କୁ ବ୍ଳକ୍ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା I ଏହାପରେ ଖଇରପୁଟି ମାଆ ସିଦ୍ଧେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୁଥ୍ ସ୍ତରୀୟ ବୈଠକରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଜାର୍ଦ୍ଦୋଶ କର୍ମୀଙ୍କୁ ବୁଥ୍ ସ୍ତରରୁ ସଂଗଠିତ ହେବା ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର୍ କରିବା ପାଇଁ ପରାମର୍ଶ ଦେଇଥିଲେ I ଘୁମୁସର ଜିଲ୍ଳା ବିଜେପି ସାଂଗଠନିକ ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଜାର୍ଦ୍ଦୋଶଙ୍କ ସହିତ ରାଜ୍ୟ ବିଜେପି ଉପସଭାନେତ୍ରୀ ଅନିତା ଶୁଭଦର୍ଶୀନୀ,ବିଜେପି ସଙ୍ଗଠକ ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ରଞ୍ଜନ ପୋଲାଇ,ଶିଶିର ମିଶ୍ର,ନାରାୟଣ ବେହେରା, ଘୁମୁସର ଜିଲ୍ଳା ବିଜେପି ଉପସଭାପତି ପ୍ରଭାକର ପଣ୍ଡା,କବିସୂର୍ଯ୍ୟନଗର ପ୍ରଭାରୀ ଜୟନ୍ତୀ ପଢିହାରି,ଆସିକା ଲୋକସଭା ସଞ୍ଚାଳନ ପ୍ରଭାରୀ, ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ I ବିଶେଷ କରି ବୈଠକରେ ଗାଙ୍ଗପୁର ମଣ୍ଡଳ ଅନ୍ତର୍ଗତ ଛଅଟି ପଂଚାୟତର 36 ଟି ବିଧାନସଭା ନିର୍ବାଚନ ବୁଥ୍ ସଶକ୍ତିକରଣ,ଭୋଟ ବ୍ୟାଙ୍କ ବୃଦ୍ଧି, ପ୍ରଧାନ୍ ମନ୍ତ୍ରୀଙ୍କ ଜନକଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା I ଆଜିର କାର୍ଯ୍ୟକ୍ରମରେ ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ ବିଜେପି କର୍ମୀ ଊପସ୍ଥିତ ଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ନେତୃତ୍ୱରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ରବୀନ୍ଦ୍ର କୁମାର ପାତ୍ର, ସରପଞ୍ଚ ସତ୍ୟବାନ ସ୍ୱାଇଁ,ଶୁଭଶ୍ରୀ ପରିଡ଼ା, କମଳ କୁମାରୀ ପ୍ରଧାନ, ଗାଙ୍ଗପୁର ମଣ୍ଡଳ ସଭାପତି ସୁରେନ୍ଦ୍ର ଡାକୁଆ,ସମିତିସଭ୍ୟା ଗୀତାଞ୍ଜଳି ବିଷୋୟୀ,ପ୍ରଫୁଲ୍ଲ ଗୌଡ଼, ସମିତିସଭ୍ୟ ପ୍ରତିନିଧି ବିନୋଦ ବେହେରା,ପାଇଲିପଡା ଶକ୍ତି କେନ୍ଦ୍ର ପ୍ରଭାରୀ ଶିବରାମ ପାଢୀ, ରାମକୃଷ୍ଣ ଦାସ, ପୂର୍ବତନ ସରପଞ୍ଚ ସଞ୍ଜୟ ପ୍ରଧାନ, ପ୍ରଭାରୀ ବଳରାମ ସ୍ୱାଇଁ, ବିଜେପି ନେତା ମଧୁସୂଦନ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ I ଶେଷରେ କେନ୍ଦ୍ର ମନ୍ତ୍ରୀ କୌଣସି ରେଷ୍ଟୁରାଣ୍ଟ୍ କିମ୍ବା ଦାମୀ ହୋଟେଲ୍ ରେ ନଖାଇ ଦଳିତ ପରିବାର ବିନୋଦ ବିହାରୀ ବେହେରାଙ୍କ ଘରେ ଭୋଜନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ