କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ ଆଇନ ବିରୋଧରେ ଭାରତୀୟ ମଜଦୁର ସଂଘର ଆନ୍ଦୋଳନ

ଛତ୍ରପୁର,(ଦେବଦତ୍ତ ମହାରଣା): କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ ଆଇନ ବିରୋଧରେ ଭାରତୀୟ ମଜଦୂର ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଆନ୍ଦୋଳନ କରାଯାଇଛି । ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ଶାଖାର ସାଧାରଣ ସଂପାଦକ ରାଜେନ୍ଦ୍ର ନାଥ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ୨୯ ଟି ଶ୍ରମ ଆଇନକୁ ନିରସ୍ତ୍ର କରି ୪ ଗୋଟି ଲେବର କୋଡ୍‌, ରଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶବ୍ୟାପି ଲାଗୁ କରିବା କାର୍ଯ୍ୟରେ ସମସ୍ତ ବିଭାଗକୁ କାମରେ ଲଗେଇ ଦେଇଛନ୍ତି । ଗେଜେଟ୍ ବିଜ୍ଞପ୍ତି ଜାରି ହୋଇ ସାରିଛି । ୪ କୋଡ୍ ସମ୍ବନ୍ଧିତ ରୁଲସ ଆସନ୍ତା ଫେବୃୟାରୀ ୨୦୨୧ ସୁଦ୍ଧା ଆଣି ଅପ୍ରେଲ ୧ରୁ ସମଗ୍ର ଦେଶରେ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି । ଯାହା ଆଗାମୀ ଦିନରେ ଶ୍ରମିକ ଓ ଶ୍ରମ ସଂଗଠନ ଉଭୟଙ୍କ ପାଇଁ ଜଟିଳ ପରିସ୍ଥିତି ନିର୍ମାଣ କରିବ । ଏଣୁ ଭାରତୀୟ ମଜଦୁର ସଂଘ ଏହି ୪ କୋଡରେ ଥିବା ତ୍ରୁଟିକୁ ଦୃଢତାର ସହ ବିରୋଧ କରି ଦେଶବ୍ୟାପୀ ସଚେତନତା ଅଭିଯାନ ରଖିବା ଲାଗି ଆଜି ଆନ୍ଦୋଳନ କରିଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦିକା ଅମିତା ସାହୁ, ଆଇଆରଇ ଶ୍ରମିକ ସଂଗଠନର ସଭାପତି ନିରଜଂନ ପାଣିଗ୍ରାହୀ, ସଂପାଦକ ଭବାନୀକାନ୍ତ ପାଢୀ,ଉପସଭାପତି ଡି.ବାବୁ ରାଓ, ଯୁଗ୍ମ ସଂପାଦକ ନିତ୍ୟାନନ୍ଦ ବେହେରା, କୋଷାଧ୍ୟକ୍ଷ ଡି.ରାଜୁଲୁ ରେଡ୍ଡୀ, ଭାରତୀୟ ମଜଦୂର ସଂଘର ଜିଲ୍ଲା କୋଷାଧ୍ୟକ୍ଷ ବୃନ୍ଦାବନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ