କେରକେରା ଓ ଚିତ୍ରପୋଷି ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ ର କେରକେରା ଓ ଚିତ୍ରପୋଷି ପଞ୍ଚାୟତ ଠାରେ ରାଜ୍ୟ ସରକାର ଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି କେରକେରା ଠାରେ ରେ ବାଦଲ ମହାନ୍ତ ଙ୍କ ପରିଚାଳନା ରେ ଅନୁଷ୍ଠିତ ଶିବିର ର ସଭାପତିତ୍ୱ ସରପଞ୍ଚ ସଞ୍ଜୁଲତା ଗାଗରାଇ କରିଥିବା ବେଳେ ଚିତ୍ରପୋଷି ଠାରେ ଅନୁଷ୍ଠିତ ଶିବିର କୁ ଜିପିଓ ଦେବାଶିଷ ସାହୁ ଙ୍କ ପରିଚାଳନା ଓ ଚିତ୍ରପୋଷି ସରପଞ୍ଚ ଗୀତାରାଣୀ ନାଏକ ସଭାପତିତ୍ୱ କରିଥିଲେ
ଉଭୟ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବ୍ଲକ ବ୍ଲକ ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ,କେରକେରା ସମିତି ସଭ୍ୟ ଜୁଆଲ ମୁଣ୍ଡା,ବଳା ସରପଞ୍ଚ ସ୍ମିତା ନାଏକ,କୁଳିପୋଷି ସରପଞ୍ଚ ସୁକୁମତୀ ସର୍ଦାର, ସୌଦାମିନୀ ନାଏକ ଗୁରୁଚନ୍ଦ୍ର ନାଏକ, ବୀରେନ୍ଦ୍ର ନାଏକ ଙ୍କ ସହିତ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ସର୍ବପ୍ରଥମେ ଅତିଥିଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ସଭାରେ ବକ୍ତାମାନେ ରାଜ୍ୟସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଗ୍ରାମାଞ୍ଚଳ ରେ ଭିତ୍ତିଭୂମିର ବିକାଶ ବିଷୟରେ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ଅଧିକାରୀମାନେ ଉପସ୍ଥିତ ହୋଇ ଲୋକଙ୍କୁ ରାଜ୍ୟସରକାର ଙ୍କ ଦ୍ୱାରା ବିଭିନ୍ନ ବିଭାଗ ମାଧ୍ୟମରେ ହେଉଥିବା ଉନ୍ନୟନ କାର୍ଯ୍ୟ ଓ ଯୋଜନା ବିଷୟରେ ବୁଝାଇଥିଲେ ଉଭୟ ପଞ୍ଚାୟତ ସ୍ତରୀୟ ସଚେତନତା ମଞ୍ଚ ରେ ଆଦିବାସୀ ନୃତ୍ୟ ଓ ଚାଙ୍ଗୁ ନୃତ୍ୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ପାଲା ମାଧ୍ୟମ ରେ ସରକାର ଙ୍କ ମମତା ଯୋଜନା ଠାରୁ ନେଇ ହରିଶ୍ଚନ୍ଦ୍ର ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା ଏପିଓ ତୁଷାରକାନ୍ତ ସାହୁ,ଚିତ୍ରପୋଷି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ନାଏକ, ରଶ୍ମିରଂଜନ ସି, ଜିତେନ୍ଦ୍ର ପୃଷ୍ଟି ଙ୍କ ସହିତ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଶିବିର ରେ ବିଭିନ୍ନ ବିଭାଗ ର ଷ୍ଟଲ ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଉଭୟ କାର୍ଯ୍ୟକ୍ରମ ରେ ପ୍ରାୟ ଏକ ହଜାର ଲୋକଙ୍କ ସମାଗମ ହୋଇଥିଲା


