ପୁରୀ ଜିଲ୍ଲାସ୍ତରୀୟ ତାଏକୋଣ୍ଡୋ ପ୍ରତିଯୋଗିତାରେ ଦୁଇ ଭାଇଙ୍କ ସଫଳତା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲାସ୍ତରୀୟ ତାଏକୋଣ୍ଡୋ ପ୍ରତିଯୋଗିତାରେ କୋଣାର୍କର ଦୁଇ ଭାଇ ସଫଳତା ଅର୍ଜନ କରିଛନ୍ତି। ପିପିଲି ତେଇସିପୂରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଥିବା ଉକ୍ତ ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ସହ ବନ୍ଧିତ ତାଏକୋଣ୍ଡୋ ଏକାଡେମୀର ଶତାଧିକ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏହି ପ୍ରତିଯୋଗୀତାରେ କୋଣାର୍କ ଶ୍ରୀଜୀଉ ତାଏକୋଣ୍ଡୋ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଦୁଇ ଭାଇ ସଫଳତା ହାସଲ କରିଛନ୍ତି। ୧୩ ବର୍ଷୀୟ ଆୟୁଷ ଆୟୁଷ୍ମାନ କ୍ୟାଡେଟ ବର୍ଗରେ ରୌପ୍ୟ ଓ ୯ବର୍ଷୀୟ ସୋମେଶ ପ୍ରିତମ ସବ୍ ଜୁନିୟର ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଯାହା ପରିବାର ଓ କୋଣାର୍କ ପାଇଁ ଗର୍ବ ଆଣିଛନ୍ତି। ଦୁଇ ଭାଇଙ୍କ ଘର ଗୋପ ବ୍ଲକ ଅନ୍ତର୍ଗତ ସୋରଭା ପଞ୍ଚାୟତ ସମା ଗ୍ରାମର ହୋଇଥିବା ବେଳେ ସେମାନେ ଶିକ୍ଷା ଓ ପ୍ରଶିକ୍ଷଣ ପାଇଁ କୋଣାର୍କରେ ରହୁଛନ୍ତି। ସମାଜସେବୀ ବିଦ୍ୟାଧର ବେହେରାଙ୍କ ପୁତ୍ର ଆୟୁଷ ଆୟୁଷ୍ମାନ ହୋଇଥିବା ବେଳେ ତାଙ୍କ ସାନଭାଇ ଯୁବ ଠିକାଦାର ଆଦେଶ ବେହେରାଙ୍କ ପୁଅ ସୋମେଶ ଶ୍ରୀତମ ଅଟନ୍ତି। ଦୁହେଁ କୋଣାର୍କର ଶ୍ରୀଜିଉ ତାଏକୋଣ୍ଡୋ ଏକାଡେମୀରେ ପ୍ରଶିକ୍ଷଣ ନେଇ ସଫଳତା ହାସଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ