କୈବର୍ତ୍ତନେତା ବ୍ରହ୍ମାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା କୈବର୍ତ୍ତସମାଜର ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ବେହେରାଙ୍କର ୮୩ବର୍ଷ ବୟସରେ ମହାକାଳପଡା ବ୍ଲକ ଅଧିନ ଖୁରୁସିଆ- ପାଟଳୀପଙ୍କ ବାସଭବନରେ ପରଲୋକ ହୋଇଯାଇଛି। ଏନେଇ କେନ୍ଦ୍ରାପଡା ସହରର କାରୁବାକୀ ଭବନରେ ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ କୁଳମଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୈବର୍ତ୍ତ ସମାଜର ନେତୃସ୍ଥାନୀୟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଶ୍ରୀଲକ୍ଷ୍ମୀ ମନ୍ଦିର ନିର୍ମାଣ ଏବଂ କୈବର୍ତ୍ତ ସମାଜକୁ ସଂଗଠିତ କରିବାରେ ଉଲ୍ଲେଖନୀୟ ଭୂମିକା ଥିଲା ବୋଲି କହିବା ସହ ତାଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସଭାରେ ବିଜୟ କୁମାର ବେହେରା, ଧିରେନ କୁମାର ବେହେରା, ଫକିର ଚରଣ ବେହେରା, ଅଜୟ ଚୈାଧୁରୀ, ସୁରେନ୍ଦ୍ର ବେହେରା, ଦିଲ୍ଲିପ ମହାପାତ୍ର, ସତ୍ୟାନନ୍ଦ ବେହେରା, ଅକ୍ଷୟ କୁମାର ବେହେରା, ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ। ପରିଶେଷରେ କୈବର୍ତ୍ତ ସମାଜ ମହାଲପଣ୍ଡା ନୃସିଂହ ପ୍ରସାଦ ପତ୍ରୀ ଶାନ୍ତି ପାଠ କରିଥିଲେ।


