କୋଟିଏ ଟଙ୍କାର ଧଳା ଜହର ଜବତ, ୩ ବେପାରୀ ଗିରଫ
ଭୁବନେଶ୍ୱର, (ୱାଇଏନ୍ଏସ୍): ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଜିଲ୍ଲାର ଅଫତାବ, ଭଦ୍ରକ ଜିଲ୍ଲାର ମୁନା ଓରଫ ଶେଖ୍ କାମରୁଦ୍ଦିନ୍ ଓ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ । ଗୁଇନ୍ଦା ସୂଚନା ଆଧାରରେ ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରିଥିଲା ଏସଟିଏଫ୍ । ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତଙ୍କୁ ପଚରାଉଚରା କରିଛି ଏସଟିଏଫ୍ । ଏହି ବ୍ରାଉନସୁଗର କାରବାର ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ?ରାଜ୍ୟରେ କେଉଁ ସବୁ ଅଞ୍ଚଳକୁ ସେମାନେ ଧଳଜହର ଯୋଗାଣ କରୁଥିଲେ ? କେଉଁଠାରୁ ଆଣୁଥିଲେ ବ୍ରାଉନସୁଗର ? ଏହି ନେଟଓ୍ୱାର୍କ କେଉଁଯାଏ ଲମ୍ବିଛି ? ମାଷ୍ଟରମାଇଣ୍ଡ କିଏ ? ଅଧିକ ତଥ୍ୟ ହାସଲ କରିଛି ଏସଟିଏଫ୍ ।


