ମାଟି ପଥର ଖସି ଭୁଷୁଡିଲା ବିଇଓଙ୍କ କାର୍ଯ୍ୟାଳୟ ପାଚେରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପ୍ରବଳ ବର୍ଷାରେ ପାହାଡ ଧସି ମାଟି ପଥର ଖସିବା ଯୋଗୁଁ ଗଜପତି ଜିଲ୍ଲା ରାୟଗଡ ବିଇଓଙ୍କ କାର୍ଯ୍ୟାଳୟ ପାଚେରୀ ଭୁଷୁଡି ପଡିଛି । ରାୟଗଡ ବ୍ଲକ ସଦର ଠାରେ ଥିବା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ (ବିଇଓ) କାର୍ଯ୍ୟାଳୟ ପାଶ୍ୱର୍ଭାଗରେ ଥିବା ପାଚେରୀ ବୁଧବାର ରାତିରେ ପ୍ରବଳ ବର୍ଷା ହେବା ଯୋଗୁଁ ପାହାଡ ଧସି ମାଟି ଓ ପଥର ଖସି ପାଚେରୀ ଭାଙ୍ଗି ଯାଇଛି । ଉକ୍ତ ପାଚେରୀ ନିକଟେରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟ ଚାଲୁଥିବାରୁ ରାସ୍ତା ଖୋଳା ଯାଇଥିବା ଯୋଗୁଁ ରାସ୍ତାରୁ ପ୍ରବଳ ମାଟି ପଥର ସବୁ ଧୋଇ ହୋଇ ବର୍ଷା ପାଣି ସହ ଆସି ଉକ୍ତ ପାଚେରୀକୁ ବାଡେଇ ହେବା ଫଳରେ ପ୍ରାୟ ପଚାଶ ଫୁଟରୁ ଉର୍ଦ୍ଧ ପାଚେରୀ ଭୁଶୁଡି ଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ରାସ୍ତା ସାରା କାଦୁଅ ପାଣି ଓ ମାଟି ପଥରରେ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଛି । ଯାହାଫଳରେ କାର୍ଯ୍ୟାଳୟକୁ ଯିବା ଆସିବାରେ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ