ପାଣି ପଂଚାୟତ ପକ୍ଷ ପାଳନ ଓ ସଚେତନତା ରଥର ଶୁଭାରମ୍ଭ
ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ଉପଖଣ୍ଡ ଜଳସେଚନ ଅଧିନ କୁକୁଡ଼ାଖଣ୍ଡି ଜଳସେଚନ ବିଭାଗ ପକ୍ଷରୁ ଗୁରୁବାର ବ୍ରହ୍ମପୁର ଜଳସେଚନ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଛି । ନିର୍ବାହୀ ଯନ୍ତ୍ରୀ ଇଂ ବିଜୟ କୁମାର ପାଳଙ୍କ ଅଧ୍ୟକ୍ଷତାରେ କୁକୁଡ଼ାଖଣ୍ଡି ଜଳସେଚନ ଡ଼ାକବଙ୍ଗଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଋଷିକୂଲ୍ୟା, ବଂଶଧାରା ଓ ନାଗାବଳି ଅବବାହିକା ମୁଖ୍ୟ ଯନ୍ତ୍ରୀ ଯଶେବନ୍ତ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହିଂଜିଳି ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଇ ଓ କୁକୁଡ଼ାଖଣ୍ଡି ବ୍ଳକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ଅବସରରେ କାଡ଼ା, କୃଷି, ଉଦ୍ୟାନ କୃଷି ଓ ମତ୍ସ ବିଭାଗର କ୍ଷେତ୍ରୀୟ ଅଧିକାରୀ ମାନେ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଋଷିକୂଲ୍ୟା, ଜୟମଙ୍ଗଳ, ହୀରାଧରିବାଟି ଓ ଧନେଇ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଆଙ୍କଶପୁର ସ୍ଥିତ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନେ କୃଷି ଓ କୃଷକ ମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମ ପରେ ୨ଟି ପାଣି ପଂଚାୟତ ରଥକୁ ସମସ୍ର ଜିଲ୍ଲାର ସେଚାଂଚଳ ପରିକ୍ରମଣ ସକାଶେ ମୁଖ୍ୟ ଅତିଥି ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଚୌଧୁରୀ, ଜଗନ୍ନାଥ ଦାଶ, ବିଶ୍ୱନାଥ ଜେନା, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମୃତ୍ୟଂଜୟ ସାହୁ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ପାଣି ପଂଚାୟତ କର୍ମକର୍ତା ସରୋଜ କୁମାର ପଣ୍ଡା, ରଜନିକାନ୍ତ ଗନ୍ତାୟତ, ରାମହରି ଶର୍ମା, ଅକ୍ଷୟ ସ୍ୱାଇଁଙ୍କ ସମେତ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ବିଭାଗୀୟ ସଭାପତି, ସମ୍ପାଦକ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ କୃଷ୍ଣଚନ୍ଦ୍ର ନାୟକ ଓ ରଙ୍ଗତରଙ୍ଗ କଳାନୁଷ୍ଠାନର କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ ।


