କୋଣାର୍କ ଏନଏସି ପକ୍ଷରୁ ୧୩ଜଣ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ଶୁଭାରମ୍ଭ କରିବା କୋଣାର୍କ ଏନଏସି ପକ୍ଷରୁ ହିତାଧିକାରୀ ମାନଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ଖବରରୁ ପ୍ରକାଶ ଯେ ଏହି ଉପଲକ୍ଷେ କୋଣାର୍କ ଏନଏସି ପଡିଆ ଠାରେ ଆୟୋଜିତ ସ୍ମାର୍ଟକାର୍ଡ ବଣ୍ଟନ ସମାରୋହରେ ଅତିଥି ଭାବରେ ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଯୋଗଦେଇ କୋଣାର୍କ ଏନଏସିର ୧୩ଜଣ ହିତାଧିକାରୀଙ୍କୁ ଏହି ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ କୋଣାର୍କ ଏନଏସି ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ଏନଏସି ନୋଡାଲ ଅଫିସର ଭାଗୀରଥୀ ବରାଳ ସଂଯୋଜନା କରିଥିଲେ।


