ଆରମ୍ଭ ହୋଇଯାଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଭାବେ ସିନା କହିପାରେନା’ର ଶୁଟିଂ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବର୍ତ୍ତମାନ ମହାମାରୀ କରୋନାର ପ୍ରକୋପ ହ୍ରାସ ପାଇଥିବାରୁ ସରକାରଙ୍କ ତରଫରୁ ଚଳଚ୍ଚିତ୍ର ଓ ସିରିଏଲ ତଥା ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ମିଳିବା ପରେ ଦେବୋଲିନା ପ୍ରଡକସନ୍ର ଦ୍ୱିତୀୟ ଚଳଚ୍ଚିତ୍ରର ‘ଭାବେ ସିନା କହିପାରେନା’ର ସୁଟିଂ କାର୍ଯ୍ୟ ଜୋରସୋର ଆଗେଇ ଚାଲିଛି । ଏହା ଖୁବ ନିକଟରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଚଳଚ୍ଚିତ୍ରରର କାହାଣୀଟି ଖୁବ୍ ପାରିବାରିକ ହୋଇଥିବାବେଳେ ଏଥିରେ ବହୁତ ନାମୀଦାମୀ କଳାକାର ମଧ୍ୟ ଅଭିନୟ କରିଥିବା ଜଣାପଡ଼ିଛି । ଏହାର ପ୍ରଡକ୍ସନ୍ ଭାର ପଙ୍କଜ ରାଉତଙ୍କ ଉପରେ ଥିବାବେଳେ ପ୍ରଥମ କରି ନିର୍ଦ୍ଦେଶନାରେ ପାଦ ଥାପିଛନ୍ତି ବର୍ଷିୟାନ କଳାକାର ଅଶିତ୍ ପତି । ସେ ଏଥିରେ ବହୁତବଡ଼ ଭାର କାନ୍ଧକୁ ନେଇଥିବାବେଳେ ଚଳଚ୍ଚିତ୍ରଟିରେ ମଧ୍ୟ ତାଙ୍କର ଯାଦୁ ଦର୍ଶକମାନେ ଦେଖିବାକୁ ପାଇପାରିବେ । ଏଥିରେ ସ୍କ୍ରିପ୍ଟି ଏବଂ ମ୍ୟୁଜିକ୍ କାମକୁ ହାତେଇଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ସହ ନିର୍ଦ୍ଦେଶକ ଭାର ବାବୁଦାଙ୍କ ହାତରେ ଥିବାବେଳେ କ୍ୟାମେରାମ୍ୟାନ ଅଛନ୍ତି ଚିତ ବିଶ୍ୱାଳ । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ଅଭିନେତା ଅଭିଷେକ ରଥ । ତାଙ୍କ ସହ ଅନ୍ୟ ଭୂମିକା ନିଭାଉଥିବା ପ୍ରମୁଖ କଳାକାରମାନେ ହେଲେ ଦୁଷ୍ମନ୍ତ ପଣ୍ଡା, ଅସିତ୍ ପତି, ସୁଶିଲ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଅର୍ଚ୍ଚିତା ମହାନ୍ତି, ମନିଷା ରଥ, ପୁପୁନ୍ ଏବଂ ପ୍ରୀତି ।


