କୋଦଳା ଅଞ୍ଚଳରେ ସକ୍ରିୟ ହେଉଛି ବେଆଇନ ଇଟାଭାଟି : ପ୍ରଶାସନ ନିଦ୍ରାରେ…
କୋଦଳା,(ଯୁଗାବ୍ଦ ନ୍ୟୁଜ୍): ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକୁ ଅମାନ୍ୟ କରି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ମର୍ଦ୍ଧକୋଟ, ଉସ୍ତାଳି, ଚିଙ୍ଗୁଡ଼ିଖୋଲ ଓ ଝରନାଇ ଆଦି ସ୍ଥାନରେ ପ୍ରାୟ ୧୦ ରୁ ୧୨ଟି ବେଆଇନ ଇଟାଭାଟି ଚାଲୁଥିବା ବେଳେ ବର୍ତ୍ତମାନ ସେଗୁଡିକ ପୋଡା ଆରମ୍ଭ କରି ସାରିଲେଣି । ବେଆଇନ ଇଟାଭାଟି ଉପରେ ଚଢ଼ାଉ ନାହିଁ କି ଭାଟି ମାଲିକ ମାନଙ୍କ ଉପରେ କୌଣସି କାର୍ୟ୍ୟନୁଷ୍ଠାନ ନିଆଯାଉ ନାହିଁ । ଯାହାଦ୍ୱାରା କୋଦଳା ତହସିଲ ଅଞ୍ଚଳରୁ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ହରାଇ ଥିବା ଆଶଙ୍କା କରାଯାଉଛି । କେତେଜଣ ଇଟା ସଂଖ୍ୟା କମ୍ ଦେଖାଇ ରାଜସ୍ବ ଫାଙ୍କୁଥିବା ବେଳେ ଆଉ କେତେକ ଇଟାଭାଟି ରାଜସ୍ବ ବିଭାଗ ତାଲିକାରୁ ବାଦ୍ ଦିଆଯାଇଥିବା ଶୁଣିବାକୁ ମିଳୁଛି । ସୂଚନା ମୁତାବକ, ଜାତୀୟ ଗ୍ରୀନଟ୍ରିବୁନାଲ ପୋଡା ଇଟାଭାଟିକୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଦର୍ଶାଇ ଇଟାପୋଡା ବନ୍ଦ ନିର୍ଦ୍ଧେଶ ଦେବା ସହ ରାଜ୍ୟ ସରକାରଙ୍କ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରି ବନ୍ଦ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଏବଂ ଇଟାଭାଟି ମାଲିକଙ୍କ ମଧ୍ୟରେ ସଲାସୁତରା ଥିବାରୁ ରାଜସ୍ବ ଲୁଟ୍ ହେବା ସହ ଆଇନ ଉଲଘଂନ କରାଯାଇଥିବା ଦେଖିବାକୁ ମିଳିଛି କ୍ଷ ବେଆଇନ ଇଟାଭାଟି କରି ଜମିର ଉର୍ବରତା ହ୍ରାସ କରିବା, ବେଆଇନ ଶ୍ରମିକ ନିୟୋଜିତ କରିବା, ନାବାଳକ ମାନଙ୍କୁ କାମ କରାଇବା, ପରିବେଶ ପ୍ରଦୂଷଣ କରିବା ଏବଂ ଆଇନ ଅନୁଯାୟୀ ଧାରା ୨୧ ଓ ଜଳ ପ୍ରଦୂଷଣ ଧାରା ୨୬ ପିସିପ ୧୯୭୪ ଙ୍କୁ ସମ୍ପୂର୍ଣ୍ଣ ଉଲଘଂନ ଅଭିଯୋଗ ହେଉଛି । ପ୍ରତିଦିନ ଇଟାଭାଟି ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଏଥିରୁ ବାହାରୁଥିବା ଧୂଆଁ ପ୍ରଭାବରେ ଲୋକେ ବିଭିନ୍ନ ଚର୍ମରୋଗ, ଖାସ, ଆଖିରୁ ଲୁହ ବୋହିବା ଓ ପେଟ ଯନ୍ତ୍ରଣା ଆଦି ଲୋକେ ଅତିଷ୍ଠ ହୋଇପଡିଲେଣି । ଏହି ବିଷୟରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କୁ ପଚାରିବାରୁ କିଛି ଫାଇନ ଆଦାୟ କରାଯାଇଛି । ଦରକାର ପଡିଲେ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯିବା ସହ ମୋଟା ଅଙ୍କର ଫାଇନ ଆଦାୟ କରାଯାଇ ଭାଟି ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି କହିଛନ୍ତି । ପ୍ରଶ୍ନ ଉଠୁଛି ‘ ଇଟାଭାଟି ମାଲିକ ମାନଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ କାହିଁକି ନିଆଯାଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏଣୁ ଗଞ୍ଜାମ ଜିଲ୍ଲାପାଳ ଏହି ଦିଗରେ ଦୃଷ୍ଟି ଦେଇ ଏହି ଇଟାଭାଟି ବନ୍ଦ ହେବା ସହ ଇଟାଭାଟି କରିଥିବା ମାଲିକ ମାନଙ୍କ ଉପରେ ଆଇନ ଗତ କାର୍ୟ୍ୟା କରିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି ।


