କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲରେ ତାଲୁକା ଆଇନ୍ ପ୍ରାଧିକରଣ ଶିବିର ଅନୁଷ୍ଠିତ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ସ୍ବର୍ଣ୍ଣମୟୀ ହାଇ ସ୍କୁଲରେ ଅତିରିକ୍ତ ଜିଲ୍ଲା ଦୋୖରାଜଜ ଚିନ୍ମୟ ଗୋଛାୟତଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏ. ଏସ. ଜେ ବନାଲି ତ୍ରିପାଠୀ, କୋର୍ଟ ବରିଷ୍ଠ କିରାଣୀ ସୁରେଶ ବେହେରା ,ବରିଷ୍ଠ ଆଇନଜୀବି ଶ୍ରୀ ସୁବାଷ ଚନ୍ଦ୍ର ସାହୁ,ସୋମନାଥ ବେହେରା ଙ୍କ ସମେତ କୋର୍ଟର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ସ୍କୁଲ ଛାତ୍ରଛାତ୍ରୀ ପାଇଁ ସମ୍ବିଧାନ ଓ ସରକାରଙ୍କ ଆଇନ ର ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ନାବାଳକ ମାନେ ଆଇନ୍ ସେବା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏକ ସ୍ଵତନ୍ତ ଆଇନ୍ ସେବା ବ୍ୟବସ୍ଥା ଆମ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ଆଇନ୍ ପ୍ରଣୟଣ କରାଯାଇଛି ଯାହା ୧୯୯୫ ମସିହାରୁ କାର୍ଯକ୍ଷମ ହୋଇ ବଳବତ୍ତର ରହିଛି।ବିଶେଷକରି ଆମ ଅଞ୍ଚଳରେ ଘଟୁଥିବା ଘଟଣା ଯାହା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶିଶୁ ଶ୍ରମିକ ମାନଙ୍କର ନ୍ୟାୟ ସଂଗତ ଦାବିକୁ ସାବ୍ୟସ୍ତ କରିବା ପାଇଁ କଣ ସବୁ ଆଇନ ସମ୍ପର୍କିତ ସରକାରୀ ସହାୟତା ଉପଲବ୍ଧ ଅଛି ସେ ସମ୍ପର୍କ ରେ ଅବଗତ କରାଇଥିଲେ। ଏଥି ସହ ଉତ୍ତମ ଚରିତ୍ର ଗଠନ ଓ ଆଦର୍ଶ ଛାତ୍ରଛାତ୍ରୀ ହେବା ପାଇଁ ପରାମର୍ଶ ଦେଇଥିଲେ।


