ଦିଗପହଣ୍ଡି ରେ ଅମଲା ସଂଘର ଆଲୋଚନା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଅମଲା ସଂଘର ଡାକରା କ୍ରମେ ଆସନ୍ତା ୨୭ ତାରିଖ ରେ ରାଜଧାନୀ ରେ ରାଜ୍ୟସ୍ତରୀୟ ସମାବେଶ ପାଇଁ ସୋମବାର ସନ୍ଧ୍ୟାରେ ଦିଗପହଣ୍ଡି ଅମଲା ସଂଘ ର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ମୁକ୍ତେଶ୍ଵର ଶୈବ ପୀଠ ପରିସରରେ ଆୟୋଜିତ ସଭାରେ ସଂଘର ଶାଖା ସଭାପତି ଦୁର୍ଗା ପ୍ରସାଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ।ସଂଶୋଧିତ ନିୟମ ଅନୁଯାୟୀ ରାଜ୍ୟସରକାର କନିଷ୍ଠ ସହାୟକ ପଦବୀ ପାଇଁ କମ୍ପ୍ୟୁଟର  ଯୋଗ୍ୟତା ସହ ସ୍ନାତକ ଗ୍ରାଜୁଏଟ ରଖିଥିବା ବେଳେ ୨୦୧୭ ମସିହା ଠାରୁ ଏଯାଏଁ ସେମାନଙ୍କ ଦରମା ହାର ସଂଶୋଧନ କରିନାହାନ୍ତି।କନିଷ୍ଠ ସହାୟକ ମାନଙ୍କୁ ଷଷ୍ଠ ବେତନ ଆୟୁକ୍ତ ଙ୍କ ଦ୍ଵାରା ଧାର୍ଯ୍ୟ ଗ୍ରେଡ଼ ପେ ୧୯୦୦ ଟଙ୍କା ପ୍ରଦାନ କରାଯାଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ର ସଫଳ ରୂପାୟନ ପାଇଁ ଅମଲା ମାନେ ନିଷ୍ଠାପର ଭାବେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ କରି ଆସୁଛନ୍ତି। ତେଣୁ ସେମାନଙ୍କ ଗ୍ରେଡ୍ ପେ ୪୨୦୦ ଟଙ୍କା କୁ ବୃଦ୍ଧି କରାଯିବା ପାଇଁ ସଂଘ ପକ୍ଷରୁ ଆଗତ ପ୍ରସ୍ତାବ କୁ ସଭାରେ ବିଧିବଦ୍ଧ ଗୃହୀତ କରାଯାଇଥିଲା। ମଙ୍ଗଳବାର ଏନେଇ ଗଞ୍ଜାମ ଜିଲାପାଳ ଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ସେହିପରି  ରାଜଧାନୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ  ସମାବେଶ କୁ ସଫଳ କରାଯିବା ନିମନ୍ତେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟ ସ୍ତରୀୟ ସମାବେଶ ରେ ଦିଗପହଣ୍ଡି ଅମଲା ସଂଘ ଶାଖା ର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟା ସଭ୍ୟ ବୃନ୍ଦ ଯୋଗଦେବା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶା ଅମଲା ସଂଘର ଗଞ୍ଜାମ ଶାଖା ର କୋଷାଧ୍ୟକ୍ଷ ରବି ପ୍ରସାଦ ପାତ୍ର, ଦିଗପହଣ୍ଡି ଶାଖାର କାର୍ଯ୍ୟକର୍ତ୍ତା ବିଭୂତି ଭୂଷଣ ବିଷୋୟୀ,ପ୍ରମିଳା ଶବର, ଦିଲ୍ଲୀପ କୁମାର ପଟ୍ଟନାୟକ, ସୁଜ୍ଞାନି ଦଳେଇ,ଗୀତାଞ୍ଜଳି ପଟ୍ଟନାୟକ,ଦୁର୍ଗା ପ୍ରସାଦ ସାହୁ,କେ.ନରସିଂହ,କେ.ଗୌତମ,ଟି.କ୍ରିଷ୍ଣା, ଇ.ସଞ୍ଜୀବ କୁମାର ଙ୍କ ସମେତ ୪୦ ରୁ ଉର୍ଦ୍ଧ୍ବ ସଭ୍ୟା ସଭ୍ୟ ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ