ଅଗ୍ନିଶମ ବାହିନୀ ପକ୍ଷରୁ ଗ୍ରାମ ବିଶୋଧନ
ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିପେକ୍ଷୀରେ ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଅଧିନ ଚଣ୍ଡିପୁର, ପଧାନପଡା ଆଦି ଗ୍ରାମରେ ରାସାୟନିକ ସିଞ୍ଚନ କରାଯାଇ ବିଶୋଧନ କରାଯାଇଛି । ଆଗରପଡା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଚଣ୍ଡିପୁର ଗ୍ରାମ ଠାରୁ ବିଶୋଧନ ଆରମ୍ଭ କରିଥିଲେ । ଏହି କାର୍ଯ୍ୟ ବେଳେ ସରପଞ୍ଚ ସେକ୍ ମୁସ୍ତାକ୍ ଅଲ୍ଲୀ ଖାଁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।


