କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ

ଛତ୍ରପୁର,(ଦେବଦତ୍ତ ମହାରଣା):  ସାମ୍ପ୍ରତିକ ସମୟରେ ଓଡିଶାରେ କୋଭିଡ ମହାମାରୀ ମୁକାବିଲା ସମୟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ପ୍ରକୃତରେ ଜଣେ ଜଣେ ଯୋଦ୍ଧା। ମହାମାରୀ ସମୟରେ ପୋଲିସ, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କ  ଭଳି ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗେଇ ଯେଉଁଭଳି କାର୍ଯ୍ୟ କରିଥିଲେ ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କହିଛନ୍ତି। ଆଜି ଛତ୍ରପୁର ଠାରେ ଶିକ୍ଷା ଏଡୁଲିଙ୍କସ ପ୍ରା ଲିଃ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମାନାର୍ଥେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବେହେରା ଛତ୍ରପୁରରେ କାର୍ଯ୍ୟ କରୁଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାସ୍କ, ସାନିଟାଇଜର ଓ ସୁରକ୍ଷା ଉପକରଣ ପ୍ରଦାନ କରିଥିଲେ। ଶିକ୍ଷା ଏଡୁଲିଙ୍କସର ନିର୍ଦ୍ଦେଶିକା ତଥା ଛତ୍ରପୁର ରୋଟାରୀ କ୍ଳବ ସଭାନେତ୍ରୀ ଏସ. ରେଖା ମହାନ୍ତି କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଆଗମନ ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକ ସଜାଗ ରହିବାକୁ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ