କୋରନା ଆଳରେ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ଶିକ୍ଷା ବିଭାଗ

ଭୁବନେଶ୍ୱର,(ୱାଇଏନ୍ଏସ୍): କଥାରେ ଅଛି ବିଦ୍ୟାଠାରୁ ମହତ ଦାନ ଆଉ କିଛି ନାହିଁ ଯଦି ଯେକୌଣସି ମନୁଷ୍ୟ ପାଖରେ ବିଦ୍ୟା ଅଛି ତେବେ ସେ ସବୁ କ୍ଷେତ୍ରରେ ବିଜୟ ଲାଭ କରିପାରିବ | ପ୍ରତ୍ୟକ ବାପା ମା ଚାହାନ୍ତି ତାଙ୍କ ସନ୍ତାନ ଭଲ ପାଠ ପଢି ଭଲ ମଣିଷଟିଏ ହୋଇ ନିଜ ଗୋଡ଼ରେ ନିଜେ ଠିଆ ହେଉ | ବିଦ୍ୟା ଅର୍ଜନ କରିବା ପାଇଁ ଭଲ ଶିକ୍ଷକଙ୍କର ମଧ୍ୟ ଆବଶ୍ୟକ ହୋଇଥାଏ | କିନ୍ତୁ ବର୍ତ୍ତମାନ ଶିକ୍ଷାର ଅବସ୍ଥାକୁ ଦେଖିଲେ ଲାଗୁନି ଯେ କୌଣସି ପରିବାର ଶିକ୍ଷା ଏବଂ ସରକାରଙ୍କ ଉପରେ ଭରସା ରଖି ଆଗକୁ ବଢି ପାରିବେ | ଦୀର୍ଘ ୮ ମାସ ବିତି ଯାଇଥିଲେ ମଧ୍ୟ ଆଜିଯାଏ ଅନ ଲାଇନ କ୍ଲାସ କଣ ପିଲାମାନେ ଜାଣି ନାହାନ୍ତି | ଗାଁକୁ ମୋବାଇଲ ଟାୱାର ନଥିବା ବେଳେ ଏବେ ସରକାର ପଛୁଆ ଅଞ୍ଚଳରେ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମ କରୁଛନ୍ତି | ହେଲେ ଏଠାରେ ପ୍ରଶ୍ନ ଉଠୁଛି ବିଜୁ ପକ୍କା ଘର,ପାଇଖିନା ଭଳି ଏଥିରେ ମଧ୍ୟ ପାତର ଅନ୍ତର ନୀତି ଉପୁଯିବନି ତ ? ଏହି ମୋବାଇଲ କେବଳ ଯାହାକୁ ଦରକାର ତା ପାଖରେ ପହଞ୍ଚିବ ତ ? ଏମିତି ଅନେକ ପ୍ରଶ୍ନ ଜନ ସାଧାରଣ ମାନଙ୍କ ମନରେ ଉଠୁଛି | ସେହିଭଳି ଶିକ୍ଷା ବିଭାଗରେ ବହୁ ପଦବୀ ଖାଲି ପଡିଛି | ପିଲାମାନେ ସିଟି,ବିଡି,ପିଜି କରି ଦାଦନ ଖଟୁଛନ୍ତି | କିନ୍ତୁ ବର୍ତ୍ତମାନ ସମୟରେ ମନ୍ତ୍ରୀ ମହୋଦୟ କହୁଛନ୍ତି ଆମେ ସ୍କୁଲ ପିଲା ମାନଙ୍କୁ ଶ୍ରେଣୀ ଶିକ୍ଷକ ଯୋଗାଇ ପାରୁନାହୁଁ ସେଥିପାଇଁ ସ୍କୁଲ ମିଶ୍ରଣ ହେଉଛି | ଏହା ଏକ ଅବାନ୍ତର ଯୁକ୍ତି ଲାଗୁଥିଲା ବେଳେ ଶିକ୍ଷା ବିଭାଗରେ ଦୀର୍ଘ ପାଖା ପାଖି ୫ ବର୍ଷ ହେବ କୌଣସି ପଦବୀ ବାହାର କରାଯାଇନାହିଁ | ଏମିତିରେ ଶିକ୍ଷକ ଆସିବେ କେଉଁଠୁ ? ଯଦି ବା ସ୍କୁଲ ଖୋଲିଗଲା ତେବେ ଶିକ୍ଷକ ମାନେ ପିଲାଙ୍କୁ ପଢ଼ାଇବେ କଣ ? ସେମାନେ ତ ସବୁବେଳେ ସରକାରୀ କାର୍ଯ୍ୟରେ ବ୍ୟସ୍ଥ ରହୁଛନ୍ତି | ଏପଟେ ମନ୍ତ୍ରୀଙ୍କ କହିବା କଥା ସ୍କୁଲ କେବେ ଖୋଲିବ ତାହାର କୌଣସି ସତ୍ୟାସତ ଏପର୍ଯ୍ୟନ୍ତ ଜଣାପଡି ନାହିଁ | ପୁଣି ଶୁଣିବାକୁ ମିଳୁଛି ୩ ମାସ ପାଠ ପଢ଼ାଇବା ପରେ ପରୀକ୍ଷା ହେବ ବର୍ତ୍ତମାନ ପ୍ରଶ୍ନ ଏହା ୩ ମାସରେ ସମସ୍ଥ ପାଠ ପିଲାମାନେ ପଢିବେ କେମିତି ? ନା ସ୍କୁଲ ଖୋଲାଯିବ ନା ସ୍କୁଲ ରେ ଶିକ୍ଷକ ଅଛନ୍ତି, ବାକି ରହିଲା ଅନ ଲାଇନ କ୍ଲାସ ଯେତେବେଳେ ଶିକ୍ଷକ ହିଁ ନାହାନ୍ତି ତ ଅନ ଲାଇନ କ୍ଲାସ କରିବ କିଏ ? ସତ କଥା ହେଲା ସରକାର କୋରନାର ବାହାନା ନେଇ ପିଲା ମାନଙ୍କର ଭବିଷ୍ୟତ ସହ ଖେଳିବାରେ ଲାଗିଛନ୍ତି | ବର୍ତ୍ତମାନ ସମୟରେ ଯଦି ଶିକ୍ଷାର ବ୍ୟବସ୍ଥା ଠିକ କରା ନଯାଏ ତେବେ ସମସ୍ତ ପିଲାଙ୍କ ଭବିଷ୍ୟତ ଖରାପ ହେବାକୁ ବହୁ ସମୟ ଲାଗିବନି | ତେଣୁ ସରକାରଙ୍କୁ ବିନୀତ ଅନୁରୋଧ ଏହି ଶିକ୍ଷା ପଦ୍ଧତି ଉପରେ କିଛି ଭଲ ପଦକ୍ଷେପ ନିଆଯାଉ ଯାହା ଦ୍ୱାରା ପିଲାଙ୍କ ଭବିଷ୍ୟତ ଖରାପ ହେବାରୁ ବଞ୍ଚିଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ