କ୍ରାନ୍ତିକାରୀ ସହିଦ୍ ଭଗତ ସିଂଙ୍କ ଜୟନ୍ତୀ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଠାରେ କ୍ରାନ୍ତିକାରୀ ସହିଦ୍ ଭଗତ ସିଂଙ୍କ ୧୧୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅଖିଳ ଭାରତ ଛାତ୍ର ସଂଘ ଓ ଅଖିଳ ଭାରତ ଯୁବ ସଂଘର ବନ୍ତ ବ୍ଲକ ଆବାହକ ସାଥୀ ଦୁଲ୍ଲା ଖାଁଙ୍କ ସଭାପତିତ୍ୱରେ ଭଗତ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅଖିଳ ଭାରତ ଛାତ୍ର ସଂଘର ପ୍ରାକ୍ତନ ଛାତ୍ରନେତା ତଥା ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ । ଛାତ୍ର ସଂଘର କର୍ମକର୍ତ୍ତା ଓ ସାମାଜିକ କର୍ମୀ ମାନେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ସଂଗ୍ରାମ କେଶରୀ ଜେନା, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଛାତ୍ର ନେତା ଦୀଲିପ ନାୟକ ଯୋଗ ଦେଇ ଦେଶ ସ୍ୱାଧିନତା ପାଇଁ ସହିଦ ଭଗତ ସିଂଙ୍କ ଫାଶୀ ପାଇବା ଏବଂ ଦେଶାତ୍ମବୋଧ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଦେଶର ସାମାଜିକ ବିଶୃଂଖଳା ବିରୁଦ୍ଧରେ ଜନଗଣଙ୍କ ପାଇଁ ଐକ୍ୟବଦ୍ଧ କ୍ରାନ୍ତିକାରୀ କାର୍ଯ୍ୟଧାରା ପ୍ରତି ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛାତ୍ର ସଂଘର ଦୀପକ ସ୍ୱାଇଁ, ଗୋପିକୃଷ୍ଣ ମୁଖୀ, ଗୌତମ ଜେନା, ପଦ୍ମନାଭ ଜେନା, ରାଜ କିଶୋର ଜେନା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ