କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନକୁ ମଞ୍ଜୁରି ମିଳିଛି । ବିବରଣୀ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ପ୍ରଯୁକ୍ତି ଗୋଷ୍ଠୀ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ନୀତିଗତ ପରାମର୍ଶ ଦେବା, ପ୍ରଯୁକ୍ତି ଉତ୍ପାଦର ମ୍ୟାପିଂ, ଜାତୀୟ ବିଜ୍ଞାନାଗାର, ସରକାରୀ ଗବେଷଣା ଓ ବିକାଶ  ଗଠନଗୁଡ଼ିକରେ ବିକଶିତ ହୋଇଥିବା ଦ୍ୱୈତ ପ୍ରୟୋଗ ପ୍ରଯୁକ୍ତିର ବ୍ୟବସାୟୀକରଣ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ପାଇଁ ସ୍ୱଦେଶୀ ରୋଡମ୍ୟାପ ବିକଶିତ କରିବା ଏବଂ ପ୍ରଯୁକ୍ତି ବିକାଶ ଲାଗି ଉପଯୁକ୍ତ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଚୟନ କରିବାର ଦାୟିତ୍ୱ ଏହି ଗୋଷ୍ଠୀକୁ ପ୍ରଦାନ କରାଯାଇଛି ।
ପ୍ରମୁଖ ପ୍ରଭାବ
ଏହି ପ୍ରଯୁକ୍ତି ଗୋଷ୍ଠୀ :-
 ପ୍ରଯୁକ୍ତି ଯୋଗାଣକାରୀ ଏବଂ କ୍ରୟ ରଣନୀତି ପାଇଁ ବିକଶିତ ହେବାକୁ ଥିବା ପ୍ରଯୁକ୍ତି ଉପରେ
ଯଥାସମ୍ଭବ ଶ୍ରେଷ୍ଠ ପରାମର୍ଶ ଦେବ;
 ନୀତିଗତ ପ୍ରୟାସ ଏବଂ ବିକାଶଶୀଳ ପ୍ରଯୁକ୍ତିର ପ୍ରୟୋଗ କ୍ଷେତ୍ରରେ ଇନ ହାଉସ ବିଶେଷଜ୍ଞତା
ବିକଶିତ କରିବ; ଏବଂ
 ରାଷ୍ଟ୍ରାୟତ ଉଦ୍ୟୋଗ, ଜାତୀୟ ବିଜ୍ଞାନାଗାର ଏବଂ ଗବେଷଣା ସଂଗଠନରେ ବିକଶିତ କିମ୍ବା ବିକଶିତ
ହେଉଥିବା ରାଷ୍ଟ୍ରାୟତ କ୍ଷେତ୍ରର ପ୍ରଯୁକ୍ତିର ସ୍ଥାୟୀତ୍ୱ ସୁନିଶ୍ଚିତ କରିବ ।
କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ
ଏହି ପ୍ରଯୁକ୍ତି ଗୋଷ୍ଠୀର କାର୍ଯ୍ୟକୁ ତିନୋଟି ସ୍ତମ୍ଭରେ ବିଭକ୍ତ କରାଯାଇଛି ଯଥା;
୧. ନୀତିଗତ ସହାୟତା;
୨. କ୍ରୟ ସହାୟତା ଏବଂ
୩. ଗବେଷଣା ଓ ବିକାଶ ପ୍ରସ୍ତାବରେ ସହାୟତା ।
ପ୍ରଯୁକ୍ତି ଗୋଷ୍ଠୀ ନିମ୍ନଲିଖିତ କାର୍ଯ୍ୟ ସୁନିଶ୍ଚିତ କରିବ :-
 ସମସ୍ତ କ୍ଷେତ୍ରରେ ଆର୍ଥିକ ବିକାଶ ଏବଂ ଭାରତୀୟ ଉଦ୍ୟୋଗର ସ୍ଥାୟୀ ବିକାଶ ଲାଗି ଭାରତ
ନିକଟରେ ନବୀନତମ ପ୍ରଯୁକ୍ତିର ପ୍ରଭାବୀ, ସୁରକ୍ଷିତ ଓ ପ୍ରାସଙ୍ଗିକ ପ୍ରୟୋଗ ପାଇଁ ଆବଶ୍ୟକ ନୀତି
ଏବଂ ରଣନୀତି ରହିବ ।
 ପ୍ରାଥମିକତା ଆଧାରରେ ସରକାରଙ୍କୁ ପରାମର୍ଶ ଦେବା ଏବଂ ସମସ୍ତ କ୍ଷେତ୍ରରେ ବିକାଶଶୀଳ ପ୍ରଯୁକ୍ତି
ଉପରେ ଗବେଷଣା ରଣନୀତି ପ୍ରସ୍ତୁତ କରିବା ।
 ସାରା ଦେଶରେ ପ୍ରଯୁକ୍ତିର ଅଧ୍ୟୟନ ନକ୍ସା, ଏହାର ବର୍ତମାନର ଉତ୍ପାଦ ଏବଂ ବିକଶିତ ପ୍ରଯୁକ୍ତିର
ରକ୍ଷଣାବେକ୍ଷଣ କରିବା ।
 ଚୟନିତ ମହତ୍ୱପୂର୍ଣ୍ଣ ପ୍ରଯୁକ୍ତି ଲାଗି ସ୍ୱଦେଶୀକରଣ ରୋଡମ୍ୟାପ ବିକଶିତ କରିବା ।
 ପ୍ରଯୁକ୍ତି ଯୋଗାଣକାରୀ ଏବଂ କ୍ରୟ ରଣନୀତି ଉପରେ ସରକାରଙ୍କୁ ପରାମର୍ଶ ଦେବା ।
 ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ରାଜ୍ୟ ସରକାରଙ୍କୁ ବିଜ୍ଞାନ ଓ ଆର୍ଟିଫିସିଆଲ
ଇଂଟେଲିଜେନ୍ସ ଭଳି ବିକାଶଶୀଳ ପ୍ରଯୁକ୍ତିର ପ୍ରୟୋଗ ଏବଂ ନୀତି ଉପରେ ବିଶେଷଜ୍ଞତା ବିକଶିତ
କରିବା ଲାଗି ପ୍ରୋତ୍ସାହିତ କରିବା । ଏଥିପାଇଁ କ୍ଷମତା ନିର୍ମାଣ ଏବଂ ପ୍ରଶିକ୍ଷଣକୁ ବିକଶିତ କରିବା
ଉପରେ ମଧ୍ୟ ଜୋର ଦେବା ।
 ବିଶ୍ୱବିଦ୍ୟାଳୟ ଏବଂ ରାଷ୍ଟ୍ରାୟତ କ୍ଷେତ୍ରର ସଂସ୍ଥା,ଗବେଷଣାଗାରରେ ରାଷ୍ଟ୍ରାୟତ କ୍ଷେତ୍ରର ପ୍ରଯୁକ୍ତିର
ସ୍ଥିରତା ଲାଗି ନୀତି ପ୍ରସ୍ତୁତ କରିବା ।
 ଗବେଷଣା ଏବଂ ବିକାଶ ପ୍ରସ୍ତାବର ନିରୀକ୍ଷଣରେ ଲାଗୁ ହେଉଥିବା ସାଧାରଣ ଶବ୍ଦାବଳୀ ଏବଂ
ମାନକ ପ୍ରସ୍ତୁତ କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ