୬ଟି ପରୀକ୍ଷା କେନ୍ଦ୍ରରେ ପରିକ୍ଷା ଦେଲେ ୧୧୬୨ ପରୀକ୍ଷାର୍ଥୀ

ନାଉଗାଁ :ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି । ନାଉଗାଁ ବ୍ଳକରେ ଏହି ପରୀକ୍ଷା ୬ଟି କେନ୍ଦ୍ରରେ କରାଯାଇଥିବା ବେଳେ ସର୍ବମୋଟ ୧୧୮୪ ପରୀକ୍ଷାର୍ଥୀ ପରୀକ୍ଷା ଦେବା ବ୍ୟବସ୍ଥା କରାଯାଇଥିଲା । ଏଥି ମଧ୍ୟରୁ ବେଳେ ୨୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାରୁ ମୋଟ ୧୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି । ସେଥିମଧ୍ୟରୁ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ୧୭୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ, ତିରୁଣା ଗୋପବନ୍ଧୁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୨୧ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୨ ଅନୁପସ୍ଥିତ,ଆର୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଗଜରାଜପୁରରେ ୨୨୮ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୬ ଅନୁପସ୍ଥିତ, ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୮ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୨ ଅନୁପସ୍ଥିତ, କଂଟୁଣିଆ ସରକାରୀ ଉଚ୍ଚ ବିଦ୍ୟାଳୟ ୧୬୧ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୪ ଅନୁପସ୍ଥିତ, ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୧ ଜଣ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୪ ଅନୁପସ୍ଥିତ ରହିଥିବା ବେଳେ ଶାନ୍ତିଶୃଙ୍ଖଳାରେ ସମସ୍ତ କେନ୍ଦ୍ରରେ ପରୀକ୍ଷା ଚାଲିଥିବା ନୋଡାଲ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ଭାବଗ୍ରାହୀ ଭୋଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ