ବଲିଉଡରେ କାହା ସହ କରିନାଙ୍କର ସଂପର୍କ ସବୁଠାରୁ ଭଲ ?
ମୁମ୍ବାଇ: ଆଜି ହେଉଛି ବଲିଉଡ ଡିଭା କରିନା କପୁର ଖାନଙ୍କ ଜନ୍ମଦିନ । ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନେ କି ସଂପର୍କରେ ଦୁଇ ଭଉଣୀ । ଦୁଇ ଭଉଣୀ ବଲିଉଡରେ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି ।ଏମାନଙ୍କ ମଧ୍ୟରୁ କେତେକ ଖୁବ୍ ସଫଳତା ସାଉଁଟିଛନ୍ତି ତ ପୁଣି କାହାରିକୁ ଆଖିଦୃଶିଆ ସଫଳତା ମିଳିନାହିଁ । ବଲିଉଡ଼୍ର ଏକ ଚର୍ଚ୍ଚିତ ଭଉଣୀଙ୍କ ଯୋଡ଼ି ହେଲେ କରିସ୍ମା କପୁର ଏବଂ କରିନା କପୁର । ଉଭୟେ ନାୟିକାଭାବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ପ୍ରଖ୍ୟାତ କଳାକାର ଦଂପତି ରଣଧୀର କପୁର ଓ ବବିତାଙ୍କ ବଡ଼ ଝିଅ ହେଲେ କରିସ୍ମା ଓ ସାନ ଝିଅ କରିନା । କରିସ୍ମା କପୁର ପ୍ରଖ୍ୟାତ ନିର୍ମାତା ଡ଼ି.ରାମାନାଇଡ଼ୁଙ୍କ ପ୍ରଯୋଜିତ ସୁପରହିଟ୍ ଫିଲ ୍ମ”ପ୍ରେମକୈଦୀ’ରୁ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ ।ଏହାପରେ ସେ ରାଜାବାବୁ, ସୁହାଗ, ହିରୋ ନମ୍ବର ୱାନ୍, କୁଲି ନମ୍ବର ୱାନ୍ ଗୋପି କିଶନ୍ ସାଜନ୍ ଚଲେ ଶଶୁରାଲ୍ , ରାଜା ହିନ୍ଦୁସ୍ତାନୀ, ହମ୍ ସାଥ୍ ସାଥ୍ ହେ, ଜିଗର୍ ଏବଂ ” ଦିଲ୍ ତୋ ପାଗଲ୍ ହେ’ ଭଳି ସୁପରହିଟ୍ ଫିଲ୍ମରେ ନାୟିକା ସାଜି ଟପ୍ ହିରୋଇନର ମାନ୍ୟତା ପାଇଥିଲେ ।ବିବାହ ପରେ ଅବଶ୍ୟ ସେ ଗ୍ଲାମର ଦୁନିଆଁରୁ ଦୂରେଇ ଯାଇ ପୁଣି “ଡେଞ୍ଜର୍ ଇଶ୍କ’ ଜରିଆରେ ଲେଉଟିଥିଲେ । ଅନ୍ୟପକ୍ଷରେ କରିନା କପୁର ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ.ପି ଦତ୍ତାଙ୍କ ଫିଲ୍ମ “ରିଫ୍ୟୁଜି’ ଜରିଆରେ ହିରୋଇନ୍ ଭାବେ ବଲିଉଡ଼୍ରେ ଡେବ୍ୟୁ କରିଥିଲେ । ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ବଚ୍ଚନ ଥିଲେ ତାଙ୍କ ବିପକ୍ଷରେ ।”ରିଫ୍ୟୁଜି’ପରେ କରିନା “ଅଜନବୀ, କଭି ଖୁସି କଭି ଗମ୍, ରାୱନ୍, ବଡ଼ିଗାର୍ଡ, ଥ୍ରି-ଇଡ଼ିଅଟସ୍, ତଲାସ୍, ହଲ୍ଚଲ୍, ଜବ୍ ଉଇ ମେଟ୍, ଗୋଲମାଲ୍-୩,”ବୀର୍ ଦା ୱଡିଂ’ ଏବଂ ବଜରଙ୍ଗୀ ଭାଇଜାନ୍ ଭଳି ସୁପରହିଟ୍ ଫିଲ୍ମ ଦେଇ ଟପ୍ ହିରୋଇନ୍ ବନିଥିଲେ । ସେ ବଲିଉଡ଼ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ବିବାହ କରିବା ପରେ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି । ଭଉଣୀ କରିସ୍ମା କପୁରଙ୍କ ସହ କରିନାଙ୍କର ସଂପର୍କ ସବୁଠାରୁ ଭଲ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।


