କ୍ୟାଣ୍ଡିର ଦୁନିଆ

ସର୍ବଦା କାରିଗରମାନେ ବିଭିନ୍ନ ଜିନିଷରେ ନିଜର ବିଦ୍ୟା ଲଗାଇ ଭିନ୍ନ ଭିନ୍ନ କଳାକୃତି କରିଥାଆନ୍ତି । ଯାହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥାଏ । କାଠ ପଥରରେ ହେଉ ବା ମାଟି, କାଚରେ ହେଉ ସବୁଥିରେ ସେମାନେ ନିଜର ନିଆରା କାର୍ଯ୍ୟ କରି ଦେଖାଇଥାଆନ୍ତି । ତେବେ ଚିନିର କ୍ୟାଣ୍ଡିରେ କଳାକୃତି ପ୍ରସ୍ତୁତ କରି ଜଣେ ଅଷ୍ଟ୍ରେଲୀୟ କଳାକାର ସମସ୍ତଙ୍କୁ ଚକିତ କରିଛନ୍ତି । ତନୟା ନାମକ ଏହି କଳାକାର ଚିନିର ଛୋଟଛୋଟ କ୍ୟାଣ୍ଡିକୁ ବ୍ୟବହାର କରି ଏକ ଘରକୁ ପୁରା ମିଠାର ଆଇଲ୍ୟାଣ୍ଡ ଭଳି କରିଛନ୍ତି । ଯାହାକୁ ଦେଖିଲେ କେହି ବିଶ୍ୱାସ କରିବେନି କି ଏହା ଚିନିରୁ ପ୍ରସ୍ତୁତ କ୍ୟାଣ୍ଡିରେ ତିଆରି ହୋଇଛି । ଏହି କଳାକୃତିରେ ପାହାଡ ଠାରୁ ଆରମ୍ଭ କରି ସବୁକିଛି ସ୍ଥାନ ପାଇଛି । ଏହି ଲ୍ୟାଣ୍ଡସ୍କେପଟିକୁ ତନୟା ୪୫୦ କେଜିର ଚିନିରେ ପ୍ରସ୍ତୁତ କ୍ୟାଣ୍ଡିରେ ତିଆରି କରିଛନ୍ତି । ଯାହା ଦେଖିବାକୁ ଅତ୍ୟନ୍ତ ଲୋଭନୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ