କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ବୀର ଜୱାନ ମାନଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଛତ୍ରପୁର ରକ୍ତଦାତା ସଂଘ ପକ୍ଷରୁ ସ୍ଥାନୀୟ ଥାନା ସମ୍ମୁଖରେ ଥିବା ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂତ୍ତି ନିକଟରେ ସହୀଦ ହୋଇଥିବା ବୀର ଜୱାନ ମାନଙ୍କ ନିମନ୍ତେ କ୍ୟାଣ୍ଡେଲ ଜାଳି ତାଙ୍କ ଅମର ଆତ୍ମାର ସତଗତି କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇ ସହୀଦ ଜୱାନ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ରକ୍ତଦାତା ସଂଘର ମୁଖ୍ୟ ସଂଯୋଜକ ତଥା ସମାଜସେବୀ ମାଧବ କାୟା, ବଡବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ କୁମାର ରାଉଳ, ଛାତ୍ର ନେତା ମହେଶ କୁମାର ଗୌଡ, ରାମକ୍ରିଷ୍ଣା ରେଡ୍ଡି, ଡି. ଚନ୍ଦ୍ରୁ, ରିତେଶ ସେନାପତି, ଏସ୍. ମହେଶ୍ୱର ରାଓ, ଏ. ହେମନ୍ତ କୁମାର ରେଡ୍ଡି, ଏ. ଭେଙ୍କଟ ରେଡ୍ଡି, ଏସ୍. ଗଣେଷ, ଏସ୍. ଦିଲ୍ଲୀପ, କାମରାଜୁ ରେଡ୍ଡି, ଶ୍ରୀନିବାସ ରେଡ୍ଡି, ଏମ୍. ପ୍ରସାଦ ରେଡ୍ଡି, ଏମ. ଚିନ୍ନେୟା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ବ୍ଲକର ବଡମାଧପୁର ଗ୍ରାମର ଯୁବଗୋଷ୍ଠି ମାନଙ୍କ ଦ୍ୱାରା ଓଡିଆ ସାହି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜା ପରିଡା, ତପନ ବାରିକ, ରାକେଶ ଖୁଣ୍ଟିଆ, ପାର୍ଥ ସେଠୀ, ଗଣେଷ ରେଡ୍ଡି, ଶିଶିର ପାଣିଗ୍ରାହୀ, ଆଶିଷ ସେଠୀ, ଗୌରୀ ବାରିକ, ମୁକେଶ ବାରିକଙ୍କ ସମେତ ବହୁ ଯୁବକ ମାନେ ଉପସ୍ଥିତ ରହି ବୀର ଜୱାନ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସ୍ମୃତି ଚାରଣ କରିଥିଲେ ।


