କ୍ୟାପସିକମ୍ ଭିତରେ ଜୀଅନ୍ତା ବେଙ୍ଗ
କାନାଡାର ଜଣେ ଦମ୍ପତିଙ୍କ କ୍ଷେତ୍ରରେ କିଛିଦିନ ତଳେ ଘଟିଥିଲା ଏକ ଅଜବ ଘଟଣା । ଖାଇବା ତିଆରି ପାଇଁ ସେମାନେ ବଜାରରୁ ପନି ପରିବା ଆଣିଥିଲେ । ରୋଷେଇ ସମୟରେ ପରିବା କାଟୁଥିଲା ବେଳେ ଏକ କ୍ୟାପସିକମ୍ ଭିତରୁ ସେମାନେ ପାଇଥିଲେ ଏକ ଜୀଅନ୍ତା ବେଙ୍ଗ । ଏହା ଦେଖି ସେମାନଙ୍କର ହୋସ୍ ଉଡିଯାଇଥିଲା ।
ଏହି ଦମ୍ପତି ନିକୋଲ ଗାଗନ୍ ଏବଂ ଗେରାଇ ବ୍ଲାକ୍ବର୍ଣ୍ଣ କହିଛନ୍ତି ଯେ, ଗତ ସପ୍ତାହରେ ଶିମଲା ଲଙ୍କା କାଟୁଥିଲା ବେଳେ ଭିତରେ ଥିଲା ବେଙ୍ଗଟି । ହେଲେ ଏହି ବେଙ୍ଗଟି ଆଦୌ ଆଘାତପ୍ରାପ୍ତ ହୋଇନଥିଲା । ପରେ ଆମେ ଏହି ବେଙ୍ଗକୁ ଅଲଗା ଏକ ଜାର୍ରେ ରଖିଥିଲୁ । ଏହି ଘଟଣାକୁ ନେଇ ସୁପରମାର୍କେଟରେ ଅଭିଯୋଗ କରିଥିଲୁ । ବର୍ତ୍ତମାନ ଏହି ଗ୍ରୀନ୍ ଟ୍ରି ଫ୍ରଗ୍ ଏବଂ କ୍ୟାପସିକମ୍ ଲ୍ୟାବରେ ଅଛି । ଏହାର ଯାଞ୍ଚ ଚାଲିଛି । ସୋସିଆଲ ମିଡିଆରେ ବେଙ୍ଗର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଲେଖିଛନ୍ତି ଯେ, ଆମକୁ ଏବେ ପରିବା କାଟିଲା ବେଳକୁ ଡର ଲାଗୁଛି ।


