୪ବର୍ଷ ଧରି ନିଜ ମୂତ୍ର ନିଜେ ପିଉଛନ୍ତି

ବିଶ୍ୱରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । ସେମାନେ ନିଜ କାର୍ଯ୍ୟର କାରଣ ସମ୍ପର୍କରେ ଭିନ୍ନଭିନ୍ନ ଯୁକ୍ତି ମଧ୍ୟ ଉପସ୍ଥାପିତ କରନ୍ତି । ଏଭଳି ଜଣେ ଯୁବକ ହେଉଛନ୍ତି ହାମ୍ପ୍‌ସାୟରରେ ରହୁଥିବା ୩୨ ବର୍ଷିୟ ଯୁବକ ହ୍ୟାରି ମତାଦିନ୍‌ । ସେ ଗତ ୪ ବର୍ଷ ଧରି ପ୍ରତ୍ୟେହ ୨୦୦ ମିଲି ମୂତ୍ର ପିଉଛନ୍ତି । ଏହା ପୁଣି ନିଜର । ହ୍ୟାରିଙ୍କ ଯୁକ୍ତି ହେଉଛି ଯେ, ଯୌବନକୁ ଅକ୍ଷୁର୍ଣ୍ଣ ରଖିବା ସହ ମାନସିକ ଚାପକୁ ଦୂର କରିବା ପାଇଁ ଏହା ସହାୟକ ହୋଇଛି । ମୁଁ ପୂର୍ବ ଅପେକ୍ଷା ଅଧିକ ମଜବୁତ ହୋଇଛି ଏବଂ ମାନସିକ ଚାପକୁ ନେଇ ଯେଉଁ ସମସ୍ୟା ଭୋଗୁଥିଲି ତାହା ମଧ୍ୟ ଦୂର ହୋଇଛି । ମୋତେ ଆଜି ଲୋକେ ୨୦ ବର୍ଷର ଯୁବକ ବୋଲି ଭାବୁଛନ୍ତି । ତାଙ୍କ ଯୁକ୍ତି ହେଉଛି ବାସି ମୂତ୍ରରେ ଆଣ୍ଟି ଏଜିଂ ପ୍ରଡକ୍ସ ରହିଛି । ମୁଁ ଏହି ବିଷୟ ଏକ ବହିରୁ ପଢିଥିଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ