ଖଣ୍ଡଗିରି ମେଳାକୁ ‘ସ୍ୱତନ୍ତ୍ର ଧାର୍ମିକ’ ଐତିହ୍ୟର ମାନ୍ୟତା ମିଳୁ

ଭୁବନେଶ୍ୱର : ବହୁ ପ୍ରାଚୀନ ଐତିହାସିକ ମେଳା ଖଣ୍ଡଗିରି କୁମ୍ଭମେଳା । କେଉଁ ଆବାହନ କାଳରୁ ବଣଜଙ୍ଗଲ ଘେରା ପରିବେଶରେ ଏହି ମେଳା ଅନୁଷ୍ଠିତ ହୋଇ ଆସୁଥିଲା । ଏଠାକୁ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମ୍ପ୍ରଦାୟର ସାଧୁ ସନ୍ଥମାନେ ଆସନ୍ତି । ଏହା ଏକ ତପୋଭୂମି । ଏହିଠାରେ ଜୈନ୍ୟ, ବୌଦ୍ଧ ଓ ଶୈବ ଧର୍ମର ମଳିନସ୍ଥଳୀ ଅଟେ । ସର୍ବୋପରି ମହିମା ଧର୍ମର ସ୍ରଷ୍ଟା ମହିମା ସ୍ୱାଧୀ ଏଠାରେ ୧୮୧୪ ରୁ ୧୮୨୫ ଦ୍ୱାଦଶ ବର୍ଷ ଜଳପାନ କରି ଆତ୍ମ ଯୋଗସାଧନାରେ ଲିପ୍ତ ଥିଲେ । ରାଜଧାନୀର ପରିସୀମା ପରିବ୍ୟାପ୍ତ ହେବା ପରେ ଏହା ଏବେ ରାଜଧାନୀର ମଧ୍ୟଭାଗରେ ଅବସ୍ଥିତ । ରାଜ୍ୟ ସରକାର ଏବଂ ରାଜ୍ୟ ସଂସ୍କୃତି ବିଭାଗ, ସର୍ବୋପରି ୫-ଟି ସଚିବ ଏହାକୁ ଗୁରୁତ୍ୱ ଦେଇ ଏହାକୁ ଉନ୍ନତି କଲେ ଏହା ଦେଶ ତଥା ବିଦେଶରେ ଏହାର ଐତିହ୍ୟ ଗାରିମା ବୃଦ୍ଧି ପାଇବା ସହିତ ଖଣ୍ଡଗିରି ମେଳା ‘ସ୍ୱତନ୍ତ୍ର ଧାର୍ମିକ’ ସ୍ଥାନର ମାନ୍ୟତା ପାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ