ଦୁଷ୍କର୍ମ ଉଦ୍ୟମ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲଦଣ୍ଡ ଓ ୨୫ହଜାର ଯୋରିମାନା

କେନ୍ଦ୍ରାପଡା : ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ କେନ୍ଦ୍ରାପଡା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜ୍ଞାନରଞ୍ଜନ ପଟ୍ଟନାୟକ ଭାରତୀୟ ପିଙ୍ଗଳ କୋର୍ଡର ୩୫୪(କ) ଓ ୩୫୪(ଖ) ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ ୨୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଯୋରିମାନା ଅନାଦେୟ ହେଲେ ଅଧିକ ୮ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ଅଭିଯୋଗ ଅନୁଯାଇ ଗତ ୨୦୧୭ ମସିହା ଅକ୍ଟୋବର ମାସ ୧୫ତାରିଖରେ କଟକ ତେଲଙ୍ଗାପେଣ୍ଠରୁ ଜନୈକା ଯୁବତୀ ଗୋପିନାଥପୁର ସଂସ୍କୃତ କଲେଜକୁ ଆସି ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗଡାରେ ବସରୁ ଓହ୍ଲାଇବା ପରେ ମାର୍ଶାଘାଇର କାଳନ୍ଦି ବେହେରା ନାମକ ଯୁବକ ତାକୁ ଟାଣି ନେଇ ତଂଟି ଚିପିଦେଇ ତା’ର ପିନ୍ଧାବସ୍ତ୍ର ଖୋଲି ଦୁଷ୍କର୍ମ ଉଦ୍ୟମ କରିଥିବା ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଉପରେ ମାର୍ଶାଘାଇ ଥାନାରେ ଏକ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହେବା ସହ ପରବର୍ତ୍ତି ସମୟରେ ତଦନ୍ତ ପୂର୍ବକ କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରାଯାଇଥିଲା । ସେହି ମାମଲାର ଏସଟି କେଶ ନମ୍ବର ୬୪/୧୨୮/୨୦୧୮ ଓ ଜି.ଆର -୧୩୫୨/୨୦୧୭ର ବିଚାରକରି କେନ୍ଦ୍ରାପଡା ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଅଭିଯୁକ୍ତ କାଳନ୍ଦିକୁ ଭାରତୀୟ ପିଙ୍ଗଳ କୋର୍ଡର ୩୫୪(କ) ଓ ୩୫୪(ଖ) ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ ୨୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିବା ଜଣାପଡିଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ରମାକାନ୍ତ ସ୍ୱାଇଁ ମକ୍କଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ