ଖବର ପ୍ରକାଶ ପରେ ମଞ୍ଜୁଲତାଙ୍କୁ ମିଳିଲା ଆବାସ ଅନୁଦାନ

ହାଟଡିହି, (ବିକାଶ ବିଶ୍ୱାଳ ) : ସରକାର ଠକିଦେଲେ । ଆବାସ ଯୋଜନା ଘର ନିର୍ମାଣ ପାଇଁ ପ୍ରଥମ କିସ୍ତିରେ ୨୦ ହଜାର ଦେବାପରେ ଧାର କରଜ କରି ଘରକାମ ସାରିଦେବାପରେ ଆଉ କେହି ଧରାଛୁଆଁ ଦେଉ ନାହାନ୍ତି । ଏହା ପୁରୁଣା ଘର କହି ନୁଆକରି ଆସିଥିବା ଅଧିକାରୀ ମାନେ ବଳକା ଟଙ୍କା ଦେବାକୁ ମନା କରୁଥିବାରୁ ବାଧ୍ୟ ହୋଇ ଗରିବ ମହିଳା ଜଣକ ନିଜ ଘରକୁ ବନ୍ଧା ପକାଇ ଧାର କରଜ ସୁଝିବେ ଏଭଳି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଶୋଇଯାଇଥିବା ପ୍ରଶାସନର ଚେତା ପସିଥିଲା । ବ୍ଲକ କର୍ତ୍ତୁପକ୍ଷ ତୁରନ୍ତ ଏହାର ତଦନ୍ତ କରି ସଂପୃକ୍ତ ହିତାଧିକାରୀଙ୍କ ଏକାଉଣ୍ଟକୁ ଦ୍ୱିତୀୟ କିସ୍ତି ଟଙ୍କା ଯୋଗାଇ ଦେଇଛନ୍ତିି । ଦ୍ୱିତୀୟ କିସ୍ତି ଟଙ୍କା ପାଇବାପରେ ସେ ପ୍ରଥମେ ଧାର କରଜ ସୁଝିବେ ଓ ଘରର କବାଟ ଝରକା ଲଗାଇବେ ବୋଲି କହିବାସହ ଏହାର ସମସ୍ତ ଶ୍ରେୟ ଗଣମାଧ୍ୟମ ପ୍ରତିନିଧିଙ୍କର ବୋଲି ହିତାଧିକାରୀ ମଞ୍ଜୁଲତା ଯେନା କହିଛନ୍ତି । କାରଣ ବର୍ଷ ବର୍ଷ ଧରି ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଥିଲେବି କେହି ମୋ ଅନୁରୋଧ ଶୁଣୁ ନଥିଲେ । କିନ୍ତୁ ଗଣମାଧ୍ୟମରେ ଏ ଖବରଟି ପ୍ରକାଶ ପାଇବାପରେ ଯାଇ ମୁଁ ଦ୍ୱିତୀୟ କିସ୍ତି ଟଙ୍କା ପାଇପାରିଛି ବୋଲି ହିତାଧିକାରୀ ଜଣକ ଆତ୍ମବିଭୋର ହୋଇ ପ୍ରକାଶ କରିଛନ୍ତି । ବିଶେଷକରି ଗଣମାଧ୍ୟମ ଅଛି ବୋଲି ଆମେ ଗରିବ ଗୁରୁବା ଲୋକଙ୍କ ଅଭାବ ଅସୁବିଧା ଖବର ସରକାରଙ୍କ ପାଖରେ ପହଞ୍ଚି ପାରୁଛି ବୋଲି କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ମଞ୍ଜୁଲତା ଜେନା ଜଣେ ଗରିବ ଅସହାୟ ମହିଳା । ଭଙ୍ଗା ଚାଳଘରେ ବସବାସ କରୁତବବାବେଳେ ଗତ ୨୦୧୬/୧୭ ମସିହାରେ ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିଲା । ପ୍ରଥମକିସ୍ତି ଟଙ୍କା ପାଇବାପରେ ସେ ଘରକାମ ଆରମ୍ଭ କରିଦେଲେ । ନିଜ ଚାଳଘରଟିକୁ ଭାଙ୍ଗିଦେଇ ପରଘରେ ଆଶ୍ରୟ ନେଇଥିବାରୁ ସେ କିପରି ଘରକାମ ଶୀଘ୍ର ସାରିବେ ସେନେଇ ବ୍ୟସ୍ତ ହୋଇପଡିଥିଲେ । ସେହି ସମୟରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅଦଳ ବଦଳ ହେବାରୁ ତାଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଗଲା ନାହିଁ । ତେଣୁ ସେ ନିଜେ ରଖିଥିବା ୧୨ଟି ଛେଳିକୁ ବିକ୍ରୀ କରିବା ସହିତ ଧାର କରଜ କରି ଘରଟିର ଛାତ ପକାଇଦେଲେ । କବାଟ ଝରକା ଲାଗିନି, ପ୍ଲାଷ୍ଟର ବି ହୋଇନି । ପରବର୍ତ୍ତି ସମୟରେ ସେ ତାଙ୍କ ବଳକା ଆବାସ ଅନୁଦାନ ଟଙ୍କା ପାଇଁ ଗଲାବେଳକୁ ଆଉ କେହି ଧରାଛୁଆଁ ଦେଲେନି । ଏହା ତୁମର ପୁରୁଣା ଘର, ଯଦି ଘର କଲ ତେବେ ଆମକୁ ଡାକିଥାନ୍ତ ଆମେ ଫେଜ ୱାଇଜ ଦେଇଥାନ୍ତୁ ବୋଲି କହି ମହିଳା ଜଣକୁ ଫେରାଇଦେଲେ । ସେହିଦିନ ଠାରୁ ସେ ବାରମ୍ବାର ବ୍ଲକ , ପଞ୍ଚାୟତ ଓ ବିଭିନ୍ନ ନେତାଙ୍କ ପାଖକୁ ଦୌଡି ହାରି ଗୁହାରୀ କରୁଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣୁ ନଥିବା ବେଳେ ଧାର କରଜ ଆଣିଥିବା ମହାଜନ ମାନେ ବାରମ୍ବାର ତାଗିଦା କରୁଥିବାରୁ ସେ ବାଧ୍ୟ ହୋଇ ଘରଟିକୁ ବନ୍ଧା ପକାଇ କରଜ ସୁଝିବେ ବୋଲି କହିଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ହାଟଡିହି ବିଡିଓ ବିନିତା ବିଜୟିନୀ ତୁରନ୍ତ ବ୍ଲକ କର୍ମଚାରୀଙ୍କୁ ତାଙ୍କ ଘରକୁ ପଠାଇ ତଦନ୍ତ କରିଥିଲେ । ତଦନ୍ତ କରିବାକୁ ଯାଇଥିବା କର୍ମଚାରୀ ବାସ୍ତବତାକୁ ଉପଲବ୍ôଧ କରି ବିଡିଓଙ୍କୁ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଆଧାରରେ ମଞ୍ଜୁଲତାଙ୍କୁ ପରବର୍ତ୍ତି କିସ୍ତି ଦେବାକୁ ବିଡିଓ ନିର୍ଦ୍ଦେଶ ଦେବାପରେ ତାଙ୍କ ଏକାଉଣ୍ଟକୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଛି । ଯାହାଦ୍ୱାରା ଗରିବ ମଞ୍ଜୁଲତାଙ୍କ ମୁହଁରେ ଏବେ ହସ ଫୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ