ଖଲ୍ଲିକୋଟ ବିଧାୟିକାଙ୍କ ଘର ଉପରେ ସିରିଜ ବୋମା ମାଡ଼
ଗଂଜାମ, (ବିନୋଦ ପଲେଇ): ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୁତ୍ତଙ୍କ ଭଙ୍ଗାରୁଜା । ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୁତ୍ତ । ଘରେ କେହି ନଥିବାବେଳେ ବାହରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି ଦୁର୍ବୁତ୍ତ । ବିଧାୟକଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗିଥିବା ସୂଚନା ମିଳିଛି । ବୋମାମାଡ଼ରେ ୪ ଗୁରୁତର ହୋଇ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହେବା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଭଙ୍ଗାରୁଜା, ବୋମା ମାଡ଼ ହୋଇଥିବା ସୂଚନା ।


